ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ମୋ ପାଇଁ ସୌଭାଗ୍ୟ: ସ୍ମରଣିକା - covid19 vaccination political leader news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ ଟିକା। ତାଙ୍କୁ ଟିକା ଦେଇଥିବା କ୍ୟାପିଟାଲ୍ ହସ୍ପିଟାଲ ନର୍ସ ବେଶ ଖୁସି ଜାହିର କରିଛନ୍ତି । ଟୀକା ଦେବା ପରେ ମୁଖ୍ୟମନ୍ତ୍ରୀ ବହୁ ବାର ଥ୍ଯାଙ୍କ ୟୁ କହିଲେ । ଆଜି ମୋ ପାଇଁ ବହୁତ୍ ଗର୍ବର ଦିନ ବୋଲି କହିଲେ ନର୍ସ ସ୍ମରଣିକା । ଅଧିକ ପଢନ୍ତୁ...

nurse smranika ranasingha
ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ମୋ ପାଇଁ ସୌଭାଗ୍ୟ

By

Published : Mar 1, 2021, 4:27 PM IST

Updated : Mar 1, 2021, 6:21 PM IST

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ ଟିକା । ତାଙ୍କୁ ଟିକା ଦେଇଥିବା କ୍ୟାପିଟାଲ୍ ହସ୍ପିଟାଲ ନର୍ସ ସ୍ମରଣିକା ରଣସିଂହ ବେଶ ଖୁସି ଜାହିର କରିଛନ୍ତି । ସ୍ମରଣିକାଙ୍କ ପାଇଁ ଥିଲା ଆଜି ସ୍ମରଣୀୟ ଦିନ । ରାଜ୍ୟର ସର୍ବୋଚ୍ଚ ନେତାଙ୍କୁ ଦେଇଛନ୍ତି ଟୀକା । ଆମେ କହୁଛୁ କ୍ୟାପିଟାଲ୍ ହସ୍ପିଟାଲର ଷ୍ଟାଫ ନର୍ସ ସ୍ମରଣିକା ରଣସିଂହଙ୍କ କଥା ।

ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ମୋ ପାଇଁ ସୌଭାଗ୍ୟ

ସାରା ଦେଶରେ କୋଭିଡ ଟୀକାକରଣ ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାରେ ଆଜି ବୟସ୍କ ଲୋକଙ୍କୁ ଟୀକା ଦେବାକୁ ଦିନ ସ୍ଥିର କରିଥିଲେ ସରକାର । ପୂର୍ବାହ୍ନ ପ୍ରାୟ 9ଟାରେ ବିଧାନସଭାରେ ଲାଗିଥିଲା ଲମ୍ବା କରକେଡ । ଆସିଥିଲେ ବର୍ତ୍ତମାନ ସମୟର ରାଜ୍ୟର ସବୁଠାରୁ ବଡ଼ ନେତା । ଗାଡିରୁ ଓହ୍ଲାଇ ଥିଲେ ରାଜ୍ୟରେ ସର୍ବାଧିକ ସମୟ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସ୍ୱାଗତ କରିଥିଲେ ବରିଷ୍ଠ ଅଧିକାରୀ । ପୂର୍ବ ପ୍ରସ୍ତୁତି ଅନୁସାରେ ଅପେକ୍ଷା ଗୃହରେ ପହଞ୍ଚିଥିଲେ ନବୀନ । କିଛି ସମୟ ପରେ ତାଙ୍କୁ ନିଆଯାଇଥିଲା ଟୀକାକରଣ ଗୃହକୁ । ଟୀକାକରଣ ଗୃହରେ ଉପସ୍ଥିତ ଥିଲେ ନର୍ସ ସ୍ମରଣିକା ଓ ଜଣେ ବରିଷ୍ଠ ଡାକ୍ତର । ପୂର୍ବରୁ ଅନେକ ନେତା ଓ ଅଫିସରଙ୍କ ଚିକିତ୍ସା ସମୟରେ ସହାୟିକା ଭାବେ କାର୍ଯ୍ୟ କରିଛନ୍ତି ସ୍ମରଣିକା । କିନ୍ତୁ ଆଜି ତାଙ୍କ ପାଇଁ ଥିଲା ସୌଭାଗ୍ୟର ଦିନ । ଖୋଦ ରାଜ୍ୟର ଶାସନ ମୁଖ୍ୟ ତଥା 2 ଦଶନ୍ଧିରୁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ନବୀନଙ୍କୁ ଦେବାର ଥିଲା ଟୀକା । ସ୍ମରଣିକାଙ୍କ ମନରେ ସ୍ବାଭାବିକ ଭାବେ ଟିକେ ଭୟ ଥିଲା ।

ହେଲେ ନବୀନଙ୍କ ସ୍ଥିର ସ୍ବଭାବ ଅସ୍ବାଭାବିକ ସ୍ମରଣିକାଙ୍କୁ କରିଥିଲା ସ୍ବାଭାବିକ । ଆଜ୍ଞାଧୀନ ଭାବେ ଚୁପ ଚାପ ସ୍ଥିର ଭାବେ ବସି ଟୀକା ନେଇଥିଲେ ନବୀନ । ଯେମିତି ଦୀର୍ଘ 2 ଦଶନ୍ଧି ଧରି ବିରୋଧୀଙ୍କ ଶାଣିତ ଆକ୍ରମଣକୁ ସାମ୍ନା କରି ଯେପରି ମାତ୍ ଦେଇଥିଲେ ଠିକ ସେହିପରି । ଟୀକା ନେବା ପରେ ମୁଖ୍ୟମନ୍ତ୍ରୀ ବହୁ ବାର ଥ୍ୟାଙ୍କୟୁ କହିଥିଲେ ବୋଲି କହିଛନ୍ତି ସ୍ମରଣିକା । କିଛି ସମୟ ଅବଜରବେସନ ରୁମରେ ରହିବା ପରେ ଫେରି ଆସିଥିଲେ ନବୀନ । ଆଜି ମୋ ପାଇଁ ବହୁତ୍ ଗର୍ବର ଦିନ ବୋଲି କହିଛନ୍ତି ସ୍ମରଣିକା । ଟୀକା ନେବା ପରେ ନବୀନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ସ୍ମରଣିକା । ଏପଟେ ନବୀନଙ୍କ ପରେ ଅନେକ ନେତାଙ୍କୁ ଟୀକା ଦେଇଛନ୍ତି ସ୍ମରଣିକା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଭୂପିନ୍ଦର ସିଂହ, ବିଧାୟକ ଜିତୁ ମିତ୍ର ପ୍ରମୁଖଙ୍କୁ ସ୍ମରଣିକା ଟୀକା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ତପନକୁମାର ଦାସ, ଇଟିଭି ଭାରତ

Last Updated : Mar 1, 2021, 6:21 PM IST

ABOUT THE AUTHOR

...view details