ଓଡିଶା

odisha

ETV Bharat / city

ଭାଷାକୁ ନେଇ ବିଜେଡି ରାଷ୍ଟ୍ରପତିଙ୍କୁ ଭେଟିବା ପ୍ରସଙ୍ଗ; ସାଂସଦ ସୁରେଶଙ୍କ ସମାଲୋଚନା - ଓଡିଶା ବିଧାନସଭା

ସୁରେଶ କହିଛନ୍ତି ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଛେଦ ଅଧ୍ୟାୟରେ ସାମିଲ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିଜେପି ବହୁ ଆଗରୁ ଦାବିପତ୍ର ଦେଇଛି । ଏବେବି ଦାବି କରୁଛୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ପାଖକୁ ଗୋଟେ ଟିମ ପଠାଉ ନାହାନ୍ତି କାହିଁକି? ।

MP Suresh Pujari
MP Suresh Pujari

By

Published : Mar 20, 2021, 10:47 PM IST

ଭୁବନେଶ୍ବର: ଚାରୋଟି ଭାଷାକୁ ଅଷ୍ଟମ ପରିଛେଦରେ ସାମିଲ ଦାବି ନେଇ ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟ ରାଷ୍ଟ୍ରପତିଙ୍କୁ ଭେଟିବା ପ୍ରସଙ୍ଗରେ ବିଜେଡିକୁ ପାଲଟା ଆକ୍ରମଣ କଲେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ।

ସାଂସଦ ସୁରେଶଙ୍କ ସମାଲୋଚନା

ସୁରେଶ କହିଛନ୍ତି ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଛେଦ ଅଧ୍ୟାୟରେ ସାମିଲ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିଜେପି ବହୁ ଆଗରୁ ଦାବିପତ୍ର ଦେଇଛି । ଏବେବି ଦାବି କରୁଛୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ପାଖକୁ ଗୋଟେ ଟିମ ପଠାଉ ନାହାନ୍ତି କାହିଁକି? । ଆମେ ଯିବାକୁ ପ୍ରସ୍ତୁତ । ସୁରେଶ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ କେନ୍ଦ୍ର ସରକାରଙ୍କ ପାଖକୁ ଯିବେନି ଖାଲି ବସି ଛିଠି ଲେଖିବେ। ରାଜ୍ୟ ପାଇବା ଭିନ୍ନ କଥା, କିନ୍ତୁ ମାଗିବା ଜାଣିନାହାନ୍ତି।

ସେହିପରି ବିଜେଡିକୁ ଆହ୍ବାନ ଦେଇ କହିଛନ୍ତି, ସେମାନଙ୍କ ଦାବି ଆମକୁ ଦିଅନ୍ତୁ ଆମେ ତାକୁ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚାଇବୁ। ପଶ୍ଚିମ ଓଡିଶାର 5 ଜଣ ସାଂସଦ ମଧ୍ୟ ସମର୍ଥନ ଦେବେ। ସେହିଭଳି ବିଜେଡିକୁ କଟକ୍ଷା କରି କହିଛନ୍ତି ରାଜ୍ୟ ସରକାରଙ୍କ ଡାହାଣ ହାତ କଣ କରୁଛି ବାମ ହାତ ଜଣେନି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details