ଓଡିଶା

odisha

ETV Bharat / city

ନିୟନ୍ତ୍ରଣରେ ଶିମିଳିପାଳ ନିଆଁ, ଇସ୍ରୋ ଜାରି କଲା ମ୍ୟାପ

ନିୟନ୍ତ୍ରଣରେ ଶିମିଳିପାଳ ନିଆଁ । ଇସ୍ରୋ ଜାରି କଲା ମ୍ୟାପ । ଯେଉଁ ଚିତ୍ର ଅନୁସାରେ ଅଭୟାରଣ୍ୟରେ ନିଆଁର ପ୍ରକୋପ ଧୀରେ ଧୀରେ ଆୟତ୍ତ କରାଯାଉଛି, ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ISRO release similipal forest fire completely contained
ନିୟନ୍ତ୍ରଣରେ ଶିମିଳିପାଳ ନିଆଁ, ଇସ୍ରୋ ଜାରୀ କଲା ମ୍ୟାପ

By

Published : Mar 10, 2021, 6:31 PM IST

ଭୁବନେଶ୍ବର: ନିୟନ୍ତ୍ରଣରେ ଶିମିଳିପାଳ ନିଆଁ । ଇସ୍ରୋ ଜାରି କଲା ମ୍ୟାପ । ଯେଉଁ ଚିତ୍ର ଅନୁସାରେ ଅଭୟାରଣ୍ୟରେ ନିଆଁର ପ୍ରକୋପ ଧୀରେ ଧୀରେ ଆୟତ୍ତ କରାଯାଉଛି । ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ଏ ନେଇ ପୁରୀ ଲୋକସଭା ସାଂସଦ ପିନାକ ମିଶ୍ର ଟ୍ବିଟ କରି ଜଣାଇଛନ୍ତି ।

ନିୟନ୍ତ୍ରଣରେ ଶିମିଳିପାଳ ନିଆଁ, ଇସ୍ରୋ ଜାରୀ କଲା ମ୍ୟାପ

ଓଡିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେଲା ନିଆଁର ପ୍ରକୋପ ଜାରି ରହିଛି । ଜଙ୍ଗଲରେ ନିଆଁର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଆଜି କିନ୍ତୁ ଏକ ସକରାତ୍ମକ ଖବର ଆସିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋର ସାଟେଲାଇଟ ମ୍ୟାପ ଅନୁଯାୟୀ ବର୍ତ୍ତମାନ ଅଭୟାରଣ୍ୟର ନିଆଁର ପରିମାଣ ହ୍ରାସ ପାଇଛି । ସେପଟେ ନିଆଁ ଲିଭା କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କ ନିରନ୍ତର ଚେଷ୍ଟା ଯୋଗୁଁ ସମ୍ଭବ ହୋଇଛି ବୋଲି ସାଂସଦ ପିନାକ ମିଶ୍ର କହିଛନ୍ତି ।

ଶିମିଳିପାଳ ନିଆଁ ପ୍ରକୋପକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ । ଏହା ସହ ରାଜ୍ୟ ବନବିଭାଗ, ଓଡ୍ରାଫ ଏବଂ ଦମକଳ ବାହୀନିକୁ ନିୟୋଜିତ କରିଥିଲେ ସରକାର । ଶିମିଳିପାଳ ନିଆଁ ଯୋଗୁଁ ଜୈବ ବିବିଧତା ସହ ବନ୍ୟ ଜୀବଜନ୍ତୁ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇଛି । ସେପଟେ ଆଜି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି ଯାହା କି ଜଙ୍ଗଲରେ ନିଆଁଲିଭା ପାଇଁ ନେଇ ଏକ ଭଲ ଖବର ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details