ଓଡିଶା

odisha

ETV Bharat / city

ସରକାରଙ୍କ ସାଂସଦ ପ୍ରେମ, ଅଧିକାରୀଙ୍କ ଚିଠିରେ ଏବେବି ଏମପି କଳିକେଶ

ତୁଟୁନି ମୋହ । ଉଠୁନି ଆଶା । ସରକାରଙ୍କ ପାଇଁ ଏବେ ବି ପରାଜିତ ପ୍ରାର୍ଥୀ ସାଜିଛନ୍ତି ସାଂସଦ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଳ ସମ୍ପଦର ବରିଷ୍ଠ ଅଧିକାରୀଙ୍କ ଚିଠିରେ । ପୂର୍ବତନ ସାଂସଦକୁ ବର୍ତ୍ତମାନର ସାଂସଦ ବୋଲି କରିଛନ୍ତି ଉଲ୍ଲେଖ ।

By

Published : Sep 24, 2019, 11:27 AM IST

Updated : Sep 24, 2019, 11:52 AM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଆସନ ଗଲା ପରେ ବି ସରକାରଙ୍କ ତୁଟିପାରୁନି କ୍ଷମତା ଆଶା । ଏପଟେ ବିଜେଡ଼ି ପ୍ରେମରେ ଯେମିତି ଉବୁଟୁବୁ ସରକାରୀ ବାବୁ । ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକସଭା ଆସନରେ ଶାସକ ବିଜେଡ଼ିର ବିପର୍ଯ୍ୟୟ ଘଟିଛି । ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ହରାଇ ବାଜିମାତ୍ କରିଛନ୍ତି ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓ । କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ଏବେ ମଧ୍ୟ ସାଂସଦ ହୋଇ ରହିଛନ୍ତି କଳିକେଶ ।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଚିଠିରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ । ବିଭାଗର ଅତିରିକ୍ତ ସଚିବ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କୁ ସାଂସଦ ବୋଲି କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣା ପୂର୍ବରୁ ଖୋଦ କଳିକେଶ ସାଂସଦ ଲେଖାଥିବା ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ଯାହା ଚର୍ଚ୍ଚା ପାଲଟିଥିଲା । ଆଉ ଏବେ ସମାନ ଢଙ୍ଗରେ ସାମ୍ନାକୁ ଆସିଛନ୍ତି ଜଳସମ୍ପଦର ବରିଷ୍ଠ ଅଧିକାରୀ । ଏହା ସରକାରଙ୍କ ଶାସନ ଲୋଭ ନା ଅଧିକାରୀଙ୍କ ପ୍ରେମ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 24, 2019, 11:52 AM IST

ABOUT THE AUTHOR

...view details