ଭୁବନେଶ୍ବର: ଆସୁଛନ୍ତି ସୌମ୍ୟା । ସାବାଡ ହେବେ ଅମାନିଆ । ସାଗରିକାଙ୍କ ପରେ ଏବେ ସୌମ୍ୟାଙ୍କ ପାଳି । ସମ୍ଭାଳିବେ ଟ୍ବିନ୍ ସିଟି ଟ୍ରାଫିକ । ଆଇପିଏସ ସ୍ତରରେ ଅଦଳବଦଳ ପରେ 2016 ବ୍ୟାଚର ଆଇପିଏସ ସାଗରିକାଙ୍କୁ ସୁନ୍ଦରଗଡ ବଦଳି କରାଯାଇଛି । ଆଉ ତାଙ୍କ ସ୍ଥାନରେ ଟ୍ବିନ ସିଟିର ଟ୍ରାଫିକ ଦାୟିତ୍ବ ନେବାକୁ ଆସୁଛନ୍ତି 2014 ବ୍ୟାଚର ୟଙ୍ଗ ଲେଡି ଆଇପିଏସ ସୌମ୍ୟା ମିଶ୍ର ।
ସେ ପୂର୍ବରୁ ସୁନ୍ଦରଗଡରେ ନିଜ କାର୍ଯଶୈଳିର ପ୍ରମାଣ ଦେଇସାରିଛନ୍ତି । ତେବେ ସୌମ୍ୟାଙ୍କ ପାଇଁ ଗୁରୁଦାୟିତ୍ବ ଦୈତନଗରର ଟ୍ରାଫିକ ନିୟନ୍ତ୍ରଣ । ସହରର ଧାଁ ଧପଡ ସହ ଅମାନିଆଙ୍କ ଉପରେ ଅଙ୍କୁଶ ଲଗାମ ହେବ ଚ୍ୟାଲେଞ୍ଜ । ଏଥିସହ ଭିଭିଆପିଙ୍କ ନେବା ଆଣିବା ସହ ସହରର ଛକ ଛକ ଉପରେ ଟ୍ରାଫିକ ନିୟମର କଡା କାର୍ଯାନୁଷ୍ଠାନ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଟକ ଭୁବନେଶ୍ବରରେ ଅନେକ ଅନ୍ତର୍ଜାତୀୟ କ୍ରୀଡା ହେଉଥିବା ବେଳେ ତାହାର ଟ୍ରାଫିକ ପରିଚାଳନା ।