ଓଡିଶା

odisha

ETV Bharat / city

ଦବଙ୍ଗ ଆଇପିଏସ ସାଗରିକା, ରାସ୍ତା ଉପରେ ମାରିଲେ ଗୋଇଠା - ଟ୍ରାଫିକ ଉଲଙ୍ଘନକାରୀ

ଟ୍ରାଫିକ ଉଲଙ୍ଘନକାରୀଙ୍କୁ ସାବାଡ଼ କଲେ ଆଇପିଏସ ସାଗରିକା । ରାସ୍ତା ଉପରେ ପାର୍କ ହୋଇଥିବା ବାଇକକୁ ମାରିଲେ ଗୋଇଠା । ଅଧିକ ପଢ଼ନ୍ତୁ...

ଦବଙ୍ଗ ଆଇପିଏସ ସାରଗିକା

By

Published : Oct 22, 2019, 4:37 AM IST

Updated : Oct 22, 2019, 5:47 AM IST

ଭୁବନେଶ୍ବର: ଦବଙ୍ଗ ଆପିଏସ ସାଗରିକା ନାଥ। ଟ୍ରାଫିକ ଉଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଦେଖାଇଲେ ଦମ। ଟ୍ରାଫିକ ଉଲଙ୍ଘନ କରିଥିବା ଜାଣିବା ପରେ ରାସ୍ତା ଉପରେ ମାରିଲେ ଗୋଇଠା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ବାଣୀବିହାର ଛକ ଉପରେ ।

ଦବଙ୍ଗ ଆଇପିଏସ ସାରଗିକା

ସୋମବାର ଅପରାହ୍ନ 5ଟା ପରେ ପରେ ଗାଡି ଜାମ ପାଇଁ ଅକସ୍ମାତ ପରିଦର୍ଶନ ବେଳେ ସାଗରିକା ଦେଖିଲେ ଗୋଟିଏ ବାଇକ ପାର୍କିଂ ହୋଇଛି ରାସ୍ତା ଉପରେ। ଗାଡି ଚାଳକଙ୍କୁ ପ୍ରାୟ ଦୁଇ ମିନିଟ ଧରି ହୁଇସିଲ ମାରି ଡାକିଲେ। କେହି ନଶୁଣିବା ପରେ ଗାଡିକୁ ଜୋରରେ ଗୋଇଠା ମାରିଥିଲେ। ତଥାପି ଗାଡିଟି ହଟିନଥିଲା । ପାଞ୍ଚ ମିନିଟ ପରେ ପୁଣି ଥରେ ସେହି ଗାଡିଟି ରାସ୍ତା ଉପରେ ଥିବା ଦେଖି ଗାଡିକୁ ଠେଲି ତଳେ ପକାଇ ଦେଇଥିଲେ ।

ଆଇପିଏସ ସାଗରିକାଙ୍କର ଏପରି କାର୍ଯ୍ୟକଳାପରୁ ଲୋକେ ତାଙ୍କର ରାଗ ସ୍ପଷ୍ଟ ଜାଣି ପାରୁଥିଲେ । ବାରମ୍ବାର ତାଗିଦ ପରେ ବି ବାଇକ ଚାଳକ ବାଇକ ହଟାଉନଥିବାରୁ ଏପରି କରିଥିଲେ ସାଗରିକା । ଏହାସହ ଜଣେ ରଙ୍ଗ ସାଇଡ ଏଣ୍ଟ୍ରି କରିଥିବା ଗାଡିକୁ ପାଞ୍ଚ ମିନିଟ ଧରି ରାସ୍ତା ଉପରେ ଛିଡା କରି ନିୟମ ଉଲଙ୍ଘନର ପାଠ ମଧ୍ୟ ପଢ଼ାଇ ଥିଲେ। ପରେ କିଛି ଅଟୋ ଡ୍ରାଇଭରଙ୍କୁ ରାସ୍ତା ଉପରେ ଗାଡି ଠିଆ ନ କରିବାକୁ କଡା ତାଗିଦ କରିଥିଲେ। ଯାହାକୁ ଦେଖି ଅନ୍ୟ ଟ୍ରାଫିକ ଉଲଙ୍ଘନକାରୀ ଭୟରେ ଛାନିଆ ହୋଇଥିଲେ। ଏପରିକି କେହି କେହି ଦୂରରୁ ଦେଖି ଗାଡି ରଖି ହେଲମେଟ ପିନ୍ଧିବା ଆରମ୍ଭ କରିଦେଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 22, 2019, 5:47 AM IST

ABOUT THE AUTHOR

...view details