ଭୁବନେଶ୍ବର: ରାଜଧାନୀର ଟ୍ରାଫିକ DCP ଭାବେ ଯୋଗଦାନ ପରେ ପ୍ରତିକ୍ରିୟା ରଖିଲେ IPS ଏସ ସୁଶ୍ରୀ (IPS S. Sushree) । ଟ୍ରାଫିକ DCP ଭାବେ ଆଜି (ମଙ୍ଗଳବାର) କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଶ୍ରୀ । ଏହି ଅବସରରେ ସେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ପୂର୍ବରୁ କେସିଙ୍ଗାରେ ଥିଲି । ଭୁବନେଶ୍ବରକୁ ନୂଆ ଆସିଛି । ଏଠାରେ ଥିବା ସମସ୍ୟା ଦିଗରେ ପ୍ରଥମେ ଅବଗତ ହେବି ଏବଂ ଏହାର ସମାଧାନ ପାଇଁ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିବି । କମିଶନରେଟ ପୋଲିସଙ୍କ ନିର୍ଦ୍ଦେଶକ୍ରମେ ସହରର ସ୍ଥିତି ସୁଧାରିବା ଓ ଲୋକଙ୍କ ଆତଯାତ ଜୀବନଶୈଳୀରେ ସୁଧାର ଆଣିବାକୁ ପ୍ରୟାସ କରିବି ବୋଲି ଏସ ସୁଶ୍ରୀ କହିଛନ୍ତି । ତେବେ ସୁଶ୍ରୀ ହେଉଛନ୍ତି ପ୍ରଥମ କନିଷ୍ଠ IPS ଯିଏକି ଟ୍ରାଫିକ DCP ଭାବେ ନିଯୁକ୍ତି ପାଇଛନ୍ତି । ଦୀର୍ଘ ମାସ ଧରି ଭୁବନେଶ୍ବରରେ ଟ୍ରାଫିକ DCP ପଦବୀ ଖାଲି ପଡିଥିଲା । ଗତବର୍ଷ ଡିସେମ୍ବରରେ ରାଜ୍ୟ ସରକାର ନିଯୁକ୍ତି ଘୋଷଣା କରିଥିଲେ । ୨୦୧୮ ବ୍ୟାଚର ସୁଶ୍ରୀଙ୍କୁ ଭୁବନେଶ୍ବରରେ ଟ୍ରାଫିକ DCP ଭାବେ ନିଯୁକ୍ତି ମିଳିଥିଲା । ସେ ପୂର୍ବରୁ କେସିଙ୍ଗା SDPO ଭାବେ କାର୍ଯ୍ୟରତ ଥିଲେ ।