ଓଡିଶା

odisha

ETV Bharat / city

ଓଡିଶା ଡିଜିପି ଦାୟିତ୍ବ ନେବେ ଅଭୟ, ଛାଡିଲେ ନ୍ୟାସନାଲ ପୋଲିସ ଏକାଡେମୀ - ଆପିଏସ୍ ଅଭୟ

ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ ଆପିଏସ୍ ଅଭୟ। ଏନେଇ ନ୍ୟାସନାଲ ପୋଲିସ ଏକାଡେମୀ ଛାଡିଛନ୍ତି ସେ। ଯାହାକୁ ନେଇ ପୋଲିସ ଏକାଡେମୀରେ ତାଙ୍କୁ ଦିଆଯାଇଛି ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା।

ଓଡିଶା ଡିଜିପି ଦାୟିତ୍ବ ନେବେ ଅଭୟ, ଛାଡିଲେ ନ୍ୟାସନାଲ ପୋଲିସ ଏକାଡେମି
ଓଡିଶା ଡିଜିପି ଦାୟିତ୍ବ ନେବେ ଅଭୟ, ଛାଡିଲେ ନ୍ୟାସନାଲ ପୋଲିସ ଏକାଡେମି

By

Published : Dec 7, 2019, 1:45 PM IST

ଭୁବନେଶ୍ବର: ଖୁବଶିଘ୍ର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ ଆଇପିଏସ୍ ଅଭୟ । ଓଡିଶା ପୋଲିସ ଡିଜି ଭାବେ ବିକେ ଶର୍ମାଙ୍କ ବଦଳି ପରେ ଏହି ପଦରେ ନିଯୁକ୍ତ ହୋଇଥିଲେ ସେ। ଅନ୍ତରୀଣ ଡିଜିପି ଦାୟିତ୍ବ ତୁଲାଉଥିଲେ ଇଣ୍ଟେଲିଜେନସ ଡାଇରେକ୍ଟର ସତ୍ୟଜିତ ମହାନ୍ତି।

ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱ ମିଳିବା ପରେ ନ୍ୟାସନାଲ ପୋଲିସ ଏକାଡେମୀ ଛାଡିଛନ୍ତି ଆଇପିଏସ ଅଭୟ। ଏନେଇ ତାଙ୍କୁ ପୋଲିସ ଏକାଡେମୀରେ ଦିଆଯାଇଛି ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା। ପୋଲିସ ଏକାଡେମୀରେ ସୁନିଲ କୁମାର ପାୟଲଙ୍କ ପରେଡ କମାଣ୍ଡଙ୍କ ନେତୃତ୍ବରେ ଏକ ପରେଡ ସମ୍ବର୍ଦ୍ଧନା ଦିଆଯାଇଛି । ଏହାସହ 70 ଆରଆର ଓ 71 ଆରଆର ବ୍ୟାଚର ଆଇପିଏସ ପ୍ରୋବିସନାରି ଅଫିସରଙ୍କ ସାମ୍ନାରେ ନିଜର ଅଭିଜ୍ଞତା ରଖିଥିଲେ ଆଇପିଏସ ଅଭୟ।

ଓଡିଶା ଡିଜିପି ଦାୟିତ୍ବ ନେବେ ଅଭୟ, ଛାଡିଲେ ନ୍ୟାସନାଲ ପୋଲିସ ଏକାଡେମି

ଓଡିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପରେ ଏହା ବିନୟର ସହିତ ସ୍ବୀକାର କରି ନିଜକୁ ଗୌରବାନ୍ବିତ ମନେ କରୁଅଛି ଏବଂ ଓଡିଶାବାସୀଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବାକୁ ପ୍ରତିଶୃତି ବଦ୍ଧ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details