ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ - fire breaks out at raj bhaban indian oil fuel outlet

ଭୁବନେଶ୍ବରର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା । ମୃତକଙ୍କ ପରିବାରଙ୍କୁ 8 ଲକ୍ଷ, ଗୁରୁତର ଆହତଙ୍କୁ 4 ଲକ୍ଷ ଏବଂ ଆହତଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଦେବ ଇଣ୍ଡିଆନ ଅଏଲ। ଅଧିକ ପଢନ୍ତୁ..

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ

By

Published : Oct 8, 2020, 5:02 PM IST

ଭୁବନେଶ୍ବର: ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର , ଗୁରୁତର ଓ ଆହତଙ୍କୁ ମିଳିବ ଆର୍ଥିକ ସହାୟତା । ଏ ନେଇ ଘୋଷଣା କରିଛି ଇଣ୍ଡିଆନ ଅଏଲ ।

ମୃତକଙ୍କ ପରିବାରକୁ ମିଳିବ 8 ଲକ୍ଷ ଟଙ୍କା

ବୁଧବାର ଭୁବନେଶ୍ବର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ 8 ଲକ୍ଷ, ଗୁରୁତରଙ୍କୁ 4 ଲକ୍ଷ , ଆହତଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ ଅଏଲ ଏହି ସହାୟତା ରାଶି ଘୋଷଣା କରିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details