ଭୁବନେଶ୍ବର:ଆଜି ସାରା ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ । ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତୀୟ ହକି ଦଳକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଖେଳାଳିଙ୍କ ପାଇଁ ଗର୍ବିତ । ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପରିଶ୍ରମ, ଦକ୍ଷତା ଓ ଅଭିଜ୍ଞତା ବିନିଯୋଗରେ ଟୋକିଓ ଅଲିମ୍ପିକ୍ସରେ ମନଜିଣା ପ୍ରଦର୍ଶନ କରି 41 ବର୍ଷ ପରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଏନେଇ ସାରା ଦେଶ ଗର୍ବିତ । ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢି ତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 'Investment in Youth is investment in future' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।