ଓଡିଶା

odisha

ETV Bharat / city

ବାଘଛାଲ ଚୋରା ଚାଲାଣ ଘଟଣାରେ ଗିରଫ ୱାର୍ଡରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗତ ମଙ୍ଗଳବାର ବାଘ ଛାଲ ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଜେଲ ୱାଡ଼ର୍ ରହିଥିବା ବେଳେ ଅନ୍ୟ ଜଣକ ଦେଓଗଡ ଇଣ୍ଡିଆନ ରିଜର୍ଭ ବାଟାଲିୟନର ହାବିଲଦାର । ତେବେ ଗିରଫ ହୋଇଥିବା ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କାରାଗାର ମହାନିର୍ଦେଶକ ।

By

Published : Jul 3, 2019, 7:38 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଘ ଛାଲ ଚୋରା ଚାଲାଣ ଘଟଣା ପଛରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିବା ଘଟଣା ଏବେ ସାରା ରାଜ୍ୟରେ ହଇଛଇ ସୃଷ୍ଟି କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଜେଲ ୱାଡ଼ର ରହିଛନ୍ତି । ତେବେ ଗିରଫ ହୋଇଥିବା ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କାରାଗାର ମହାନିର୍ଦେଶକ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର


ତେବେ ଏହି ଘଟଣାରେ ଗତ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇ ଜଣ ବାଘ ବ୍ୟବସାୟୀଙ୍କୁ ଗିରଫ କରିଥିବା ବଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ଜଣେ ଜେଲ ୱାଡ଼ର୍ ରହିଥିବା ବେଳେ ଅନ୍ୟ ଜଣକ ଦେଓଗଡ ଇଣ୍ଡିଆନ ରିଜର୍ଭ ବାଟାଲିୟନର ହାବିଲଦାର ।

ଏହି ଦୁଇ ଜଣ ଗିରଫ ହେବା ପରେ ତୁରନ୍ତ ଜେଲ ୱାଡ଼ରଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ବଲପୁର ମୁଖ୍ୟ ଜେଲ ବରିଷ୍ଠ ଅଧିକ୍ଷକଙ୍କୁ କାରାଗାର ମହାନିର୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାର ତଦନ୍ତ ପରେ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ କାରାଗାର ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ।

ସୂଚନାଯୋଗ୍ୟ , କିଛି ଦିନ ତଳେ ପୋଲିସ ତିନି ଜଣ ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ଆଉ ଦୁଇ ବ୍ୟବସାୟୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଉକ୍ତ ସୂଚନାକୁ ଆଧରକରି ପୋଲିସ ଆଉ 4 ଜଣଙ୍କୁ ଗିରଫ କରିଥିଲା । ତେବେ ଗତ ମଙ୍ଗଳବାର ଦିନ ପୋଲିସ ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ।

ସେମାନେ ହେଲେ ବରଗଡ ଥାନା ଅଧିନ କତାପଲ୍ଲୀର ରଶ୍ମିରଞ୍ଜନ ମିଶ୍ର ଓ ସୁନ୍ଦରଗଡ ବରନେଇ ଥାନା ଅଧିନ ବଡ ଗୋଗୁଆର ଲିକୁ କୁମାର ସାହୁ। ଏମାନଙ୍କ ଭିତରେ ରଶ୍ମିରଞ୍ଜନ ମିଶ୍ର ରାଉରକେଲା ସ୍ପେଶାଲ ଜେଲର ୱାର୍ଡର ଭାବେ କାର୍ଯ୍ୟରତ ଥିଲେ ।


ତେବେ କିଭଳି ତାଙ୍କର ଅପରାଧୀ ମାନଙ୍କ ସହ ସମ୍ପର୍କ ରହିଥିଲା ଏଥିସହ ବାଘ ଛାଲ କେଉଁଠାରୁ କେଉଁଠିକୁ ଯାଉଥିଲା ତାହାର ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details