ଭୁବନେଶ୍ବର:ଶ୍ରମିକ ସଂଗଠନ ତରଫରୁ ପେଟ୍ରୋଲ, ଡିଜେଲ, ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ଆନ୍ଦୋଳନକୁ ଦୃଢ଼ସମର୍ଥନ କରିବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(INTUC) ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କୁ ବ୍ୟଥିତ କରୁଛି। ଅନ୍ତର୍ଜାତୀୟ ବଜାରରେ ୨୦୧୪ ମସିହା ତୁଳନାରେ ଅଶୋଧିତ ତୈଳ ମୂଲ୍ୟ କମ ଥିବାବେଳେ କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଶୁଳ୍କ ଓ ରାଜ୍ୟ ସରକାରଙ୍କର ମୂଲ୍ୟଯୁକ୍ତ କରର ଅହେତୁକ ବୃଦ୍ଧି ହେତୁ ଦେଶରେ ତୈଳଦର ଉଚ୍ଚା ରହିଛି ।
ଏପରିକି ଭାରତରେ ପେଟ୍ରୋଲ, ଡିଜେଲ ଦର ପଡୋଶୀ ରାଜ୍ୟ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି। ୨୦୧୪ ମସିହାରେ ଡିଜେଲ ଲିଟର ପିଛା ୬୩ ଟଙ୍କା ଓ ପେଟ୍ରୋଲ ଲିଟର ପିଛା ୭୨ ଟଙ୍କା ବିକ୍ରି ହେଉଥିଲା । ପେଟ୍ରୋଲ ଉପରେ ଲିଟର ପିଛା ମାତ୍ର ୯.୪୮ ପଇସା ଓ ୩.୫୬ ପଇସା କେନ୍ଦ୍ର ଶୁଳ୍କ ଆଦାୟ କରାଯାଉଥିବା ବେଳେ ଏବେ ଲିଟର ପେଟ୍ରୋଲ ଉପରେ ୩୨.୯୦ ପଇସା ଓ ଡିଜେଲ ଲିଟର ପିଛା ୩୧.୮୦ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଛି।