ଓଡିଶା

odisha

ETV Bharat / city

ଓଡିଶାରେ ଲିସିପ୍ରିୟା: 20ଟି ଦେଶରେ ଦେଇଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା - ମଣିପୁରର ମଣି ଲିସିପ୍ରିୟା

ବୟସ ଆଠ ବର୍ଷ। ହେଲେ କାମ ଆଗରେ ହାର ମାନିବେ 80 ବର୍ଷର ଲୋକ। ସେହି କୁନି ଝିଅ ହେଉଛନ୍ତି ମଣିପୁରର ଲିସିପ୍ରିୟା। ଯିଏକି ଲୋକଙ୍କୁ ପରିବେଶ ସୁରକ୍ଷା ବିଷୟରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା। ଅଧିକ ଖବର ପଢନ୍ତୁ...

ଲିସିପ୍ରିୟାଙ୍କୁ ପରିବେଶ ଚିନ୍ତା, ବିଦେଶରେ ବୁଲି ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

By

Published : Oct 30, 2019, 11:26 PM IST

ଭୁବନେଶ୍ବର: ସାନ ସିନା ହେଲେ କାମ ତା ମହାନ। ବୟସ 8 ବର୍ଷ ହେଲେ କାମ ଆଗରେ ହାର ମାନିବେ ବଡବଡିଆ। ବର୍ତ୍ତମାନ ସମୟରେ ସବୁଠୁ ଚିନ୍ତାର ବିଷୟ ପରିବେଶ ପ୍ରଦୂଷଣ ସହ ଜଳବାୟୁ ପରିବର୍ତ୍ତନ। ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ମଣିପୁର ଏହି କୁନି ଝିଅ ଆରମ୍ଭ କରିଛନ୍ତି ପରିବେଶ ସୁରକ୍ଷା ପାଇଁ ସଚେତନତା ଯାତ୍ରା।

ଲିସିପ୍ରିୟାଙ୍କୁ ପରିବେଶ ଚିନ୍ତା, ବିଦେଶରେ ବୁଲି ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ନିଜ ପିତାମାତାଙ୍କ ସହ ବୁଲିବୁଲି ଲୋକଙ୍କୁ କରାଉଛନ୍ତି ସଚେତନତା। ଏହାସହ ଲୋକଙ୍କୁ ଅନୁରୋଧ ଗଛ ନକାଟି ଗଛ ଲଗାନ୍ତୁ, ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରନ୍ତୁ। ପରିବେଶକୁ ସୁରକ୍ଷା କରନ୍ତୁ ଏଭଳି କହିଛନ୍ତି ଶିଶୁ ପରିବେଶବିତ ଲିସିପ୍ରିୟା କାଙ୍ଗୁମ୍ ।

ବର୍ତ୍ତମାନ ଓଡିଶାରେ ଆସି ପହଞ୍ଚିଛନ୍ତି ମଣିପୁର ଏହି ମଣିରତ୍ନ ଲିସିପ୍ରିୟା । ସେ ମୟୂରଭଞ୍ଜ ବ୍ୟାଘ୍ର ପ୍ରକଳ୍ପକୁ ବଞ୍ଚାଇବା ସହ , ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

ଏହାସହ ଓଡ଼ିଶାର ଗଜପତି, ମୟୁରଭଞ୍ଜ ,ବାରିପଦା ,ପାରଳାଖେମୁଣ୍ଡି ଯାଇ ସାଧାରଣ ଲୋକଙ୍କ ସହ ମିଶି କିଭଳି ଭାବେ ପରିବେଶକୁ ସୁରକ୍ଷା କରିହେବ ସେନେଇ ଆଲୋଚନା କରିଥିଲେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି ପରିବେଶ ପ୍ରତି ଅନୁକୂଳ ମନୋଭାବ ପୋଷଣ ସହ ସଚେତନତା ସୃଷ୍ଟି କରିବାକୁ।

ତେବେ ଲିସିପ୍ରିୟାଙ୍କ ଏହି ଉଦ୍ୟମରେ ବହୁ କୁନିକୁନି ପିଲାମାନେ ଅନୁପ୍ରାଣିତ ହେବା ସହ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ମନବଳାଇଛନ୍ତି। ଦେଖନ୍ତୁ ଏହି କୁନି ପରିବେଶବିତଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର...

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details