ଓଡିଶା

odisha

ETV Bharat / city

ରାଜଧାନୀରେ ଆନ୍ତରାଜ୍ଯ କାର ଲୁଟେରା ଗ୍ଯାଙ୍ଗ - Interstate car lootera gang

ସେକେଣ୍ଡ ହ୍ୟାଣ୍ଡ ଗାଡି କିଣୁଛନ୍ତି କି। ହୁସିଆର, ଆପଣ ଠକାମିର ଶିକାର ହୋଇପାରନ୍ତି। କାରଣ ଏବେ ଗାଡିର ଚେସିସ ନମ୍ବର ସହ ରେଜିଷ୍ଟ୍ରେସନ ନମ୍ବର ବଦଳାଇ ଚୋରା ଗାଡି ବିକ୍ରି କରୁଛନ୍ତି ଠକ ଗ୍ୟାଙ୍ଗ । ଏମିତି ଏକ ଆନ୍ତରାଜ୍ୟ କାର ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିସନରେଟ ପୋଲିସ। ଅଧିକ ପଢନ୍ତୁ...

car lootera gang
ରାଜଧାନୀରେ ଆନ୍ତରାଜ୍ଯ କାର ଲୁଟେରା ଗ୍ଯାଙ୍ଗ

By

Published : Dec 31, 2019, 9:05 PM IST

ଭୁବନେଶ୍ବର: ସେକେଣ୍ଡ ହ୍ୟାଣ୍ଡ ଗାଡି କିଣୁଛନ୍ତି କି। ହୁସିଆର ଆପଣ ଠକାମିର ଶିକାର ହୋଇପାରନ୍ତି। କାରଣ ଏବେ ଗାଡିର ଚେସିସ ନମ୍ବର ସହ ରେଜିଷ୍ଟ୍ରେସନ ନମ୍ବର ବଦଳାଇ ଚୋରା ଗାଡି ବିକ୍ରି କରୁଛନ୍ତି ଠକ ଗ୍ୟାଙ୍ଗ । ଏମିତି ଏକ ଆନ୍ତରାଜ୍ୟ କାର ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିସନରେଟ ପୋଲିସ।

ରାଜଧାନୀରେ ଆନ୍ତରାଜ୍ଯ କାର ଲୁଟେରା ଗ୍ଯାଙ୍ଗ

8ଟି ଦାମି କାର ଜବତ କରିବା ସହ 2ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସର ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ। ଚୋରା ଗାଡିର ନକଲି ରେଜିଷ୍ଟ୍ରେସନ ନମ୍ବର କାଢି ବିକ୍ରି କରୁଥିଲେ ଠକ ଗ୍ୟାଙ୍ଗ। 8ଲକ୍ଷର ଗାଡିକୁ 2ରୁ 3 ଲକ୍ଷ ଆଡଭାନସ ନେଇ ବିକ୍ରି କରିଦେଉଥିଲେ କାର।

ଏନେଇ ପୋଲିସ ପାଖରେ ସୂଚନା ମିଳିବା ପରେ ଜଣେ ଏମସିଏ ଛାତ୍ର ସହ ଏମବିଏ ଛାତ୍ରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ। 8 ଲକ୍ଷ ଟଙ୍କାର ଇନୋଭା କାରକୁ 4ଲକ୍ଷରେ ବିକ୍ରିବେଳେ ଧରିଛି ପୋଲିସ । ଦୁଇ ଅଭିଯୁକ୍ତ ଅନୁଗୁଳ ଛେଣ୍ଡିପଦାର ଚିନ୍ମୟ ସାହୁ ଓ ଝାରପଡା ଲକ୍ଷ୍ମିସାଗରର ଗୋପାଳ ମହାନ୍ତି ବୋଲି ଜଣାପଡିଛି। ଆପିସିର ଧାରା 420, 467, 468, 471, 379, 411, 414, 34 ରେ କୋର୍ଟ ଚାଲାଣ କରାଯାଇଛି। ଜବତ 8ଟି ଗାଡିର ଦାମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଏହି ର୍ୟାକେଟ ପଛରେ ପଶ୍ଚିମବଙ୍ଗର ମାଷ୍ଟରମାଇଣ୍ଡ ଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details