ଭୁବନେଶ୍ବର: ଆନ୍ତଃରାଜ୍ୟ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟା ଦେଇଛନ୍ତି । ବସ ଚଳାଚଳ ନିଷ୍ପତ୍ତି ପରେ ଏକ ନୂଆ ସମସ୍ୟା ଦେଖାଯାଉଥିବା ମନ୍ତ୍ରୀ କହିଛନ୍ତି ।
ବସ ମାଲିକ ଚାହିଁଲେ ଆନ୍ତଃରାଜ୍ୟ ବସ ଚଳାଚଳକୁ ମିଳିବ ଅନୁମତି - ଆନ୍ତଃରାଜ୍ୟ ବସ ଚଳାଚଳ
ଆନ୍ତଃରାଜ୍ୟ ବସ ଚଳାଚଳକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ବସ ମାଲିକ ଚାହିଁଲେ ଆନ୍ତଃରାଜ୍ୟ ବସ ଚଳାଚଳକୁ ମିଳିବ ଅନୁମତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...
ବସ ମାଲିକ ଚାହିଁଲେ ଆନ୍ତଃରାଜ୍ୟ ବସ ଚଳାଚଳକୁ ମିଳିବ ଅନୁମତି
ପଦ୍ମନାଭ କହିଛନ୍ତି ଯେ ଲୋକେ ଆସୁନଥିବାରୁ ବସ ମାଲିକମାନେ କ୍ଷତି ସହୁଛନ୍ତି । ଓଆରଟିସି ଅଧିନରେ ମଧ୍ୟ ଆନ୍ତଃରାଜ୍ୟ ବସ ଅଛି । ଅନେକ ଘରୋଇ ବସ ଚାଲୁଛି । ଏବେ ରାଜ୍ୟ ମଧ୍ୟରେ ଟ୍ରେନ ଚଳାଚଳ କରୁଥିବା ବେଳେ ଧିରେ ଧୀରେ ଯାତାୟାତ ସ୍ଵଭାବିକ ହେବ । ଏହାସହ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଯେଉଁମାନେ ଚାହିଁବେ, ସେମାନଙ୍କୁ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷେ ଏବେ ୪ରୁ ୫ଟି ରାଜ୍ୟକୁ ଆନ୍ତଃରାଜ୍ୟ ବସ ଚାଲିଥିବା ଜଣାପଡିଛି ।
ଭୁନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ