ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଇ-ଲର୍ଣ୍ଣିଂକୁ ବ୍ୟାପକ କରାଯିବ । ଫଳରେ ପ୍ରତି ଗାଁରେ ଇଣ୍ଟରନେଟ ସେବା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେବା ସହ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
'ଇ-ଲର୍ଣ୍ଣିଂଙ୍ଗ ହେବ ବ୍ୟାପକ, ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ ସେବା' କୋରୋନା ମହାମାରୀ ସମୟରେ ପିଲାଙ୍କର ପାଠପଢ଼ା ଏକ ପ୍ରକାରର ଚ୍ୟାଲେଞ୍ଜ ରହିଥିଲା । ଏହି ସମୟରେ ପିଲାମାନେ ଅନଲାଇନ ପାଠପଢାକୁ ଆପଣାଇଥିଲେ । ତେବେ ଏହି ଇ-ଲର୍ଣ୍ଣିଂକୁ କିଭଳି ମାତ୍ରାରେ ଅଧିକରୁ ଅଧିକ ବ୍ୟାପକ କରାଯିବ, ସେ ନେଇ ହୋଇଛି ଆଲୋଚନା । କୋରୋନା ପରେ ଶିକ୍ଷାକୁ ଏକ ଗୁଣାତ୍ମକ କରିବା, ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ପ୍ରତି ଗାଁରେ ଇଣ୍ଟରନେଟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେବା ସହ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଛି ।
ରାଜ୍ୟରେ 50 ହଜାର ସ୍କୁଲ ରହିଛି ସମସ୍ତ ସ୍କୁଲରେ ବିଜୁଳି ପହଞ୍ଚିବା ଦରକାର । ସ୍ଵଚ୍ଛ ଭାରତ ଅଭିଯାନରେ ଶୌଚାଳୟ କରାଯିବା ସହିତ ପାଣି ପହଞ୍ଚିବା ମଧ୍ୟ ଆବଶ୍ୟକ । ଏଗୁଡିକ ଉପଯୁକ୍ତ ହେଲେ କୋରୋନାର ଯେଉଁ ଅଭାବ ରହିଛି ତାହା ପୂରଣ ହେବ । ପିଲାମାନେ ପୁଣି ଥରେ ସ୍କୁଲ ଯିବା ଆରମ୍ଭ କରିବେ। ସମାଜକୁ ଆଜିର ଆହ୍ବାନକୁ ସ୍ବୀକାର କରିବାକୁ ପଡ଼ିବ । ବିଭିନ୍ନ ନୂଆ ନୂଆ ଉପକ୍ରମରେ ଆଜିର ବିଦ୍ୟାର୍ଥୀଙ୍କୁ ଯୋଡିବା ପାଇଁ ପଡ଼ିବ । ଏଣୁ ଉଭୟ ସରକାର ଶିକ୍ଷା ଏ ନେଇ ଦାୟିତ୍ବ ନେଇ କାମ କରିବା ଉଚିତ ।
ଭାରତ ସରକାରଙ୍କ ନୀତି ନିର୍ଦ୍ଦଶନ ସେଥିପ୍ରତି ରହିଛି । ସେଥିପାଇଁ ଆର୍ଥିକ ସହଯୋଗ ମଧ୍ୟ ଭାରତ ସରକାର ଯୋଗାଇ ଦେଉଛନ୍ତି । ରାଜ୍ୟମାନେ ବି ସେମାନଙ୍କ ବଜେଟରେ ଖର୍ଚ୍ଚ କରୁଛନ୍ତି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ବି ଭଲ କାମ କଲେ ଡ୍ରପଆଉଟ ହୋଇଥିବା ପିଲାଙ୍କୁ ରୋଜଗାରକ୍ଷମ କରିବା, ସେମାନଙ୍କୁ ଅର୍ଥନୈତିକ ପ୍ରଗତିରେ ଯୋଡି ହେବ । ଏକବିଂଶ ଶତାବ୍ଦୀରେ ସମସ୍ତଙ୍କୁ ଏଥିପ୍ରତି ମିଳିତ ଭାବେ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ