ଓଡିଶା

odisha

ETV Bharat / city

International Women's Day: ରାଜ୍ୟ BJP କାର୍ଯ୍ୟାଳୟରେ ଅନ୍ତର୍ଜାତିୟ ମହିଳା ଦିବସ ପାଳିତ

ଆଜିର ସମୟରେ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷମାନଙ୍କଠାରୁ କମ ନୁହନ୍ତି । ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ, ସେଠାରେ ସ୍ଵୟଂ ଭଗବାନ ବାସ କରନ୍ତି’ ଏହା ହେଉଛି ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ଦିଆଯାଉଥିବା ସମ୍ମାନର ମୂଳ ଆଧାର । ଅଧିକ ପଢନ୍ତୁ

By

Published : Mar 8, 2022, 10:59 PM IST

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ

ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟଳୟ ଠାରେ ଅନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଜିର ସମୟରେ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷମାନଙ୍କଠାରୁ କମ ନୁହନ୍ତି । ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ, ସେଠାରେ ସ୍ଵୟଂ ଭଗବାନ ବାସ କରନ୍ତି’ ଏହା ହେଉଛି ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ଦିଆଯାଉଥିବା ସମ୍ମାନର ମୂଳ ଆଧାର । ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ରହିଲେ, ସେମାନେ ଆଗକୁ ବଢିପାରିବେ ଏବଂ ସେମାନଙ୍କୁ କେହି ରୋକି ପାରିବେ ନାହିଁ ବୋଲି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ କହିଥିଲେ ।

ଏହି ଅବସରରେ ପୁରୁଷ ପ୍ରାଧାନ୍ୟ କରାଟେ ଖେଳରେ ବିଶ୍ଵରେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡିଆ ଝିଅ ଭାଲିନା ଭାଲେଣ୍ଟିନା କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଶବଦାହ କରି ଉଦାହରଣ ସୃଷ୍ଟି କରିଥିବା ଓଡିଆ ଝିଅ ଋତୁରାଣୀ ସାସମଲଙ୍କୁ ଆଜି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ସମ୍ବର୍ଦ୍ଧିତ କରିଛନ୍ତି ।

ସେହିପରି ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରୀ ବିଜୟଲକ୍ଷ୍ମୀ ଦାସ ଏବଂ ଶାନ୍ତାସ୍ନିଗ୍ଧା ମିଶ୍ରଙ୍କୁ ମଧ୍ୟ ତାଙ୍କ ସାହାସ ପାଇଁ ପୁରନ୍ଦେଶ୍ଵରୀ ପ୍ରଂଶସା କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details