ଭୁବନେଶ୍ବର:ଯୋଗର ପ୍ରଚାର ପ୍ରସାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସମଗ୍ର ବିଶ୍ବରେ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଭାରତ ସରକାର ଦେଶର ୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ତେବେ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯୋଗ ମହୋତ୍ସବ ସମିତିର ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ ।
ଓଡ଼ିଶାରେ ଯୋଗର ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଯୋଜନାରେ ୨୦୧୫ ମସିହାରୁ ଯୋଗ ମହୋତ୍ସବ ସମିତି କାର୍ଯ୍ୟ କରୁଛି । ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ବାରା ୮ମ ଆନ୍ତର୍ଜାତିକ ଯୋଗ ଦିବସ ସହ ୭୫ତମ 'ଆଜାଦୀ କା ଅମୃତ ମହୋତ୍ସବ' ପାଳନ ଅବସରରେ ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯିବ । ଓଡ଼ିଶାର ୩ଟି ସ୍ଥାନ ପୁରୀ, କୋଣାର୍କ ଓ ଖିଚିଂରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ଯୋଗ ପ୍ରଦର୍ଶନ କରିବେ।