ଭୁବନେଶ୍ବର:ନାରୀ ସୃଷ୍ଟିର ଆଧାର । ତେଣୁ ମହିଳାଙ୍କୁ ସମ୍ମାନ, ସମାନତା ଦେବା ସହ ଲିଙ୍ଗଗତ ବୈଷମ୍ୟ ଓ ରଙ୍ଗଭେଦ ଦୂରୀକରଣ କରି ସେମାନଙ୍କୁ ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ଏହି କ୍ରମରେ ପିପୁଲ୍ସ ଫୋରମ ଓ ଅନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ୨ ଦିନିଆ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହିଳାମାନେ ଏଠାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ପାଇଁ ଗୌରବ ମଣ୍ଡନ କରୁଥିବା ମହିଳାଙ୍କ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ୨୨ ରାଜ୍ୟର ୭୦୦ ପ୍ରତିଭାବାନ ମହିଳା ଯୋଗ ଦେଇଥିଲେ ।