ଓଡିଶା

odisha

By

Published : Feb 9, 2021, 5:00 PM IST

ETV Bharat / city

ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ: ଶୋଭା ପାଉଛି ଦେଶ ବିଦେଶର ଲୋକକଳା

ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ଏକ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ । ଏଥିରେ 7ଟି ଦେଶର 39 ଜଣ ଶିଳ୍ପୀଙ୍କ 100ଟି ସୁନ୍ଦର ସୁନ୍ଦର ଚିତ୍ରକଳା ସ୍ଥାନିତ ହୋଇଛି । ଅଧିକ ପଢନ୍ତୁ...

ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ: ଶୋଭା ପାଉଛି ଦେଶ ବିଦେଶର ଲୋକକଳା
ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ: ଶୋଭା ପାଉଛି ଦେଶ ବିଦେଶର ଲୋକକଳା

ଭୁବନେଶ୍ୱର: ରାଜଧାନୀ କଳ୍ପନା ଛକ ନିକଟରେ ଥିବା ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏକ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ । ଯାହାକି ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ 7ଟି ଦେଶର 39 ଜଣ ଶିଳ୍ପୀଙ୍କ 100ଟି ସୁନ୍ଦର ସୁନ୍ଦର ଚିତ୍ରକଳା ସ୍ଥାନିତ ହୋଇଛି ।

ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ: ଶୋଭା ପାଉଛି ଦେଶ ବିଦେଶର ଲୋକକଳା
ଏହି ଚିତ୍ର ପ୍ରଦର୍ଶନୀର ବିଷୟବସ୍ତୁ ପ୍ରକୃତି ଓ ମଣିଷର ସମ୍ପର୍କ ଉପରେ ଆଧାରିତ । ଏଥିରେ ଆମର ପୂର୍ବପୁରୁଷ ଯଥା ଆଦିମ ମନୁଷ୍ୟମାନେ କିପରି ଭାବେ ଗଛ, ଲତା, ପାହାଡ଼, ଜଙ୍ଗଲ ଓ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କ ସହ ମିଶି ଚଳୁଥିଲେ ତାହାର ସୁନ୍ଦର ଉପସ୍ଥାପନ ଚିତା, କାନ୍ଥ ଚିତ୍ର ଓ ଝୋଟି ଆଦିରେ ଦେଖିବାକୁ ମିଳିଛି । ସେହିସବୁ ଚିତ୍ରକଳାକୁ ଦେଶବିଦେଶରର କଳାକାରମାନେ ତାଙ୍କ ରଙ୍ଗ ତୂଳୀ ମାଧ୍ୟମରେ କିପରି ନିଖୁଣ ଭାବେ ଉତାରିଛନ୍ତି ତାହାର ସୁନ୍ଦର ଦୃଶ୍ୟ ଏହି ପ୍ରଦର୍ଶନୀରେ ପ୍ରତିଫଳିତ ହୋଇଛି । ଯେଉଁଥିରେ ଆମ ଆଦିବାସୀ ସୌରା ଚିତ୍ରକଳା, ଗଣ୍ଡ ଚିତ୍ର କଳା, ମହାରାଷ୍ଟ୍ରର ୱାରଲୀ ଚିତ୍ରକଳା, ଝାଡଖଣ୍ଡ ଅଞ୍ଚଳରେ ଦେଖାଯାଉଥିବା ସୋହରାଇ ଓ ଖୋବାର କଳାକୃତି, ସାଞ୍ଚି କଳାକୃତି, ପଶ୍ଚିମବଙ୍ଗର ପଟୁଆ ସ୍କରଲ ଚିତ୍ରକଳା, ଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟବେସିତ ପଟ୍ଟଚିତ୍ର, ବିହାରର ପ୍ରମୁଖ ଚିତ୍ରକଳା ମଧୁବାଣୀ ଚିତ୍ର, ରାଜସ୍ଥାନର ଫାଡ, କେରଳର ଭିତ୍ତିଚିତ୍ର, କୋରିଆ ଦେଶର ମିନୱା, ଶ୍ରୀଲଙ୍କାର କାଣ୍ଡିୟାନ, ନେପାଳର ମିଥିଳା ଏବଂ ଇଣ୍ଡୋନେସିଆର ବାଟିକ ଚିତ୍ରକଳା ଏଥିରେ ସ୍ଥାନିତ ହୋଇଛି ।

ଆଜି ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଷ୍ଣୁପଦ ସେଠି, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦାନ କରି ଏହାକୁ ଉଦଘାଟନ କରିଛନ୍ତି । ସଂଗ୍ରହାଳୟ ପରିସରରେ ପୂର୍ବାସା ଜନଜାତି ସଂଗ୍ରହାଳୟର ମିଳିତ ସହଯୋଗରେ କରୋନା ମହାମାରୀ ପରେ ଆୟୋଜିତ ଏହି ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଲୋକମାନେ ଆଗ୍ରହର ସହ ବୁଲି ଦେଖିବା ସହ କଳାକୃତିଗୁଡିକର ବେଶ ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details