ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ଶିକ୍ଷା କେନ୍ଦ୍ରଠାରେ ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପକୁ ନେଇ ଆୟୋଜିତ ହୋଇଯାଇଛି ଏକ ଅନ୍ତର୍ଜାତୀୟ ସମ୍ମିଳନୀ । ଯେଉଁଥିରେ ଭବିଷ୍ୟତର ପୀଢି ଆଗାମୀ ଦିନରେ କିପରି ସମାଜରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ଦିଗରେ ବିଚାର କରିପାରିବ ଓ ସେଥିରେ ଶିକ୍ଷାର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ରହିବ ତାହା ଆଲୋଚନା କରାଯାଇଥିଲା ।
ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
ସ୍ଥାନୀୟ ଆଞ୍ଚଳିକ ଶିକ୍ଷା କେନ୍ଦ୍ରଠାରେ ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପକୁ ନେଇ ଆୟୋଜିତ ହୋଇଯାଇଛି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ।
ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ
3 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ଅନୁସନ୍ଧାନକାରୀ ଓ ଶିକ୍ଷାବିତ ଭାଗ ନେଇ ସେମାନଙ୍କ ଗବେଷଣା ନିବନ୍ଧ ଉପସ୍ଥାପନ କରିଥିଲେ । ଏଥିସହ କିପରି ଆଗାମୀ ପୀଢିକୁ ମୁଲ୍ୟଯୁକ୍ତ, ସଂସ୍କାର ଓ ସଂସ୍କୃତି ସମ୍ପନ୍ନ କରାଯିବ ତାହା ଆଲୋଚନା କରିଥିଲେ । ନୂତନ ଜ୍ଞାନ କୌଶଳର ବ୍ୟବହାରକୁ ରୋଜଗାରର ମାଧ୍ୟମ କିପରି କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ