ଓଡିଶା

odisha

By

Published : Feb 14, 2019, 3:39 PM IST

ETV Bharat / city

ଆନ୍ତର୍ଜାତିକ ରେଡିଓ ମେଳା, ମିଳୁନି ସରକାରୀ ସହାୟତା

ରାଜଧାନୀ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ 5ମ ଆନ୍ତର୍ଜାତିକ ରେଡିଓ ମେଳାର ଆୟୋଜିତ ହୋଇଯାଇଛି। ଆଉଟ ରିଚ ପକ୍ଷରୁ ଆୟୋଜିତ ଏହି ମେଳା ଫେବୃଆରୀ 13 ଓ 14ତାରିଖ 2 ଦିନ ଧରି ଚାଲିବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ଆରମ୍ଭ ହୋଇଛି ଆନ୍ତର୍ଜାତିକ ରେଡିଓ ମେଳା । ପ୍ରତିବର୍ଷ ଭଳି ଚଳିତ ବର୍ଷ ରାଜଧାନୀର ଭଞ୍ଜକଳା ମଣ୍ଡପରେ 5ମ ଥର ପାଇଁ ଏହି ମେଳାର ଆୟୋଜନ କରାଯାଇଛି। ଆଉଟ ରିଚ ପକ୍ଷରୁ ଆୟୋଜିତ ଏହି ମେଳା ଫେବୃଆରୀ 13 ଓ 14 ତାରିଖ 2 ଦିନ ଧରି ଚାଲିବ। ମାତ୍ର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମେଳା ଆୟୋଜନରେ କୌଣସି ସରକାରୀ ସହାୟତା ମିଳିନାହିଁ।

ସୂଚନାଯୋଗ୍ୟ ଆୟୋଜିତ ରେଡିଓ ମେଳାରେ ଲୋକମାନେ ନିଜର ପୁରୁଣା ରେଡିଓ ସଜାଡିବାକୁ ଭିଡ ଜମାଇଛନ୍ତି। ଖାଲି ସେତିକି ନୁହେଁ ଡିଜିଟାଲ ଯୁଗରେ ଲୁକାୟିତ ହେଉଥିବା ପୁରଣା ରେଡିଓ, ଗ୍ରାମଫୋନ ଆଦିକୁ ଦେଖିବା ପାଇଁ ଅନେକ ରେଡିଓପ୍ରେମୀଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆକାଶବାଣୀ, ରେଡ୍ ଏଫଏମ, ରେଡିଓ ଚକଲେଟ ନିଜ ନିଜର ସ୍ୱତନ୍ତ୍ର ଷ୍ଟଲ ଲଗାଇ ରେଡିଓପ୍ରେମୀଙ୍କୁ ଆକର୍ଷଣ କରୁଛନ୍ତି । ଆଉ ଏହି ରେଡିଓ ମେଳାରେ ଗୁରୁବାର ଆକର୍ଷଣ କେନ୍ଦ୍ରବିନ୍ଦୁ ରହିବେ ଲୋକପ୍ରିୟ ଆରଜେ(ରେଡିଓ ଜକି) ରୌନକ(ବୌଆ) । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମେଳାରେ ଦେଖିବାକୁ ଛତିଶଗଡ଼, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଭଳି ରାଜ୍ୟରୁ ଅନେକ ରେଡିଓପ୍ରେମୀଙ୍କ ସୁଅ ଛୁଟିଛି। ଉକ୍ତ ମେଳାକୁ 5 ବର୍ଷ ବିତିଯାଇଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରୁ ଏହା ବଞ୍ଚିତ ରହିଛି। ଆଉ ବିନା ସରକାରୀ ସହାୟତାରେ ଏହି ମେଳାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଇବା କଷ୍ଟକର ହେବା ବୋଲି ମେଳାର ଉପଦେଷ୍ଟା କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details