ଭୁବନେଶ୍ବର:ଆଜି(ଗୁରୁବାର) ସମଗ୍ର ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ନର୍ସ ବା ସେବିକା ଦିବସ । ତେବେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଆଇ.ଏମ.ଏ ଇନଷ୍ଟିଚ୍ୟୁଟ ଠାରେ ଏହି ଦିବସ ପାଳିତ ହୋଇଛି । ମଡର୍ଣ୍ଣ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ୍ଆଙ୍ଗେଲଙ୍କ ଜନ୍ମ ଦିବସରେ ଏହି ଦିବସ ପାଳନ ହୋଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ସେବିକାମାନେ ଉପସ୍ଥିତ ଥିଲେ । ତେବେ କୋରୋନା କାଳରେ ସେବିକା ବା ନର୍ସ ମାନଙ୍କର ରୋଗୀଙ୍କ ପ୍ରତି ଥିବା ନିସ୍ବାର୍ଥ ସେବା ଅନେକଙ୍କ ପ୍ରାଣ ବଞ୍ଚାଇଥିଲା । ତେଣୁ ତାଙ୍କର ସମାଜ ପ୍ରତି ଥିବା ଏହି ଉତ୍ସର୍ଗୀକୃତ ସେବା ଅତୁଳନୀୟ ।