ଓଡିଶା

odisha

By

Published : Mar 30, 2021, 2:48 PM IST

ETV Bharat / city

ସାପ ବିଷ ତସ୍କରିରେ ଇଣ୍ଟରନାସନାଲ ଲିଙ୍କ, ଓ୍ବାଇଲ୍ଡ ଲାଇଫ କଣ୍ଟ୍ରୋଲ ବ୍ୟୁରୋର ସହଯୋଗ

ରାଜଧାନୀ ଭୁବନେଶ୍ବରରେ ବେଧଡ଼କ ଚାଲିଛି ସାପ ବିଷ ବେପାର । ଆଉ ଏହି ରାକେଟର ପର୍ଦ୍ଦାଫାସ କରିଛି ବନ ବିଭାଗ । ତେବେ ସାପ ବିଷ ତସ୍କରିରେ ଇଣ୍ଟରନାସନାଲ ଲିଙ୍କ ଥିବା ନେଇ ଏବେ ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ସାପ ବିଷ ତସ୍କରିରେ ଇଣ୍ଟରନାସନାଲ ଲିଙ୍କ
ସାପ ବିଷ ତସ୍କରିରେ ଇଣ୍ଟରନାସନାଲ ଲିଙ୍କ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଧଡ଼କ ଚାଲିଛି ସାପ ବିଷ ବେପାର । ଆଉ ଏହି ରାକେଟର ପର୍ଦ୍ଦାଫାସ କରିଛି ବନ ବିଭାଗ । ତେବେ ସାପ ବିଷ ତସ୍କରିରେ ଇଣ୍ଟରନ୍ୟାସନାଲ ଲିଙ୍କ ଥିବା ନେଇ ଏବେ ସନ୍ଦେହ କରାଯାଉଛି । ଏହି ସାପ ବିଷ ଚାଇନାକୁ ସପ୍ଲାଏ ହେଉଥାଏ ପାରେ, ଯାହାକୁ ସନ୍ଦେହ କରି ଓ୍ବାଇଲ୍ଡ ଲାଇଫ କଣ୍ଟ୍ରୋଲ ବ୍ୟୁରୋର ସହାୟତା ନେଇପାରେ ସିଟି ଫରେଷ୍ଟ ଡିଭିଜନ । ଏନେଇ ଖୁବଶୀଘ୍ର ଜବଲପୁରରୁ ଟିମ ଆସି ତଦନ୍ତ କରିପାରନ୍ତି । କାରଣ ଜବତ ଏକ ଲିଟର ବିଷ ପାଖାପାଖି ୨୦୦ରୁ ୨୫୦ ସାପର ହୋଇପାରେ, ଯାହାକୁ ଓଡିଶାରୁ ସଂଗ୍ରହ କରିବା ସନ୍ଦେହ ।

ସାପ ବିଷ ତସ୍କରିରେ ଇଣ୍ଟରନାସନାଲ ଲିଙ୍କ

ତେଣୁ ଏହାର ଚାହିଦା ଦୃଷ୍ଟିରୁ ଏଭଳି ଏକ ହାଇପ୍ରାଫୋଇଲ କାରବାର ପଛରେ ଆନ୍ତର୍ଜାତୀୟ ଲିଙ୍କ ଥାଇପାରେ, ଯାହାକୁ ତଦନ୍ତ କଲେ ସତ ସାମ୍ନାକୁ ଆସି ପାରିବ । ଅନ୍ୟପଟେ ରାଜ୍ୟର ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରାଯିବ । ଏହା ସହ ବିଷର ମାନ ଯାଞ୍ଚ ପାଇଁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କଲିକତା ଓ ଡେରାଡୁନ ସ୍ଥିତ ପ୍ରାଣି ସସ୍ଥାନକୁ ପଠାଯିବ ବୋଲି କହିଛନ୍ତି ସିଟି ଡିଏଫଓ ଏ କେ ମିଶ୍ର ।

ଅନ୍ୟପଟେ ଗିରଫ ମାଷ୍ଟରମାଇଣ୍ଡ ସୁରଜ ଦାସର ବାପା, ଯେ କି ଏହାର କିଙ୍ଗପିନ, ସେ ଫେରାର ଥିବା ବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ଜାରି ରହିଛି ।

ଭୁବନେଶ୍ବରରୁ ତାପଶ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details