ଓଡିଶା

odisha

ETV Bharat / city

ଭୁବନେଶ୍ଵରରୁ ଧରାପଡିଲା ଇଣ୍ଟରନ୍ୟାସନାଲ ଠକ - cp arrest International fraudster

ଜଣେ ବଡଧରଣର ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ସେ ବିଜନେସ ଷ୍ଟଡିଜଠୁ ଆରମ୍ଭ କରି ହାୟର ଷ୍ଟଡିଜ ପାଇଁ ବଡ ବଡ ଇନଷ୍ଟିଚ୍ୟୁଟରେ ଆଡମିଶନ କରାଇଦେବା ନାଁରେ ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ଭୁବନେଶ୍ଵରୁ ଧରାପଡିଲା ଇଣ୍ଟରନ୍ୟାସନାଲ ଠକ
ଭୁବନେଶ୍ଵରୁ ଧରାପଡିଲା ଇଣ୍ଟରନ୍ୟାସନାଲ ଠକ

By

Published : Aug 16, 2021, 4:04 PM IST

ଭୁବନେଶ୍ଵର: ଦେଶ ହେଉ ବା ଦେଶ ବାହାରେ, ମେଡିକାଲ ହେଉ ବା ଇଜିନିୟରିଂ ଆଡମିଶନ। ବିଜନେସ ଷ୍ଟଡିଜଠୁ ଆରମ୍ଭ କରି ହାୟର ଷ୍ଟଡିଜ ପାଇଁ ବଡ ବଡ ଇନଷ୍ଟିଚ୍ୟୁଟରେ ଆଡମିଶନ କରାଇଦେବା ନାଁରେ ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହିଭଳି ଜଣେ ଇଣ୍ଟରନ୍ୟାସନାଲ ଠକକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ। ଯାହାର ନାଁ ସୁମିତ କୁମାର ବିଶ୍ଵାଳ ଏବଂ ଘର ତାଙ୍କର ଯାଜପୁର ଟାଉନ ନାରଣପୁର ବୋଲି ଜଣାପଡିଛି।

ଭୁବନେଶ୍ଵରୁ ଧରାପଡିଲା ଇଣ୍ଟରନ୍ୟାସନାଲ ଠକ

ତେବେ ତା’ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ମଧ୍ୟ ରିପୋର୍ଟ ହୋଇଛି। ସେଥି ମଧ୍ୟରୁ ଲିଙ୍ଗରାଜ ଥାନାରେ ୪ଟି କେସ ରହିଛି । ତେବେ ସେ ଏଯାବତ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ବଡ ବଡ କଲେଜ ବା ଇନଷ୍ଟିଚ୍ଯୁଟ ପାଇଁ ଯୋଗ୍ୟତା ନଥିବା ପିଲାଙ୍କ ପାଇଁ ସେ ଠକେଇର ଜାଲ ବିଛାଉଥିଲା। ଆଡମିଶନ କରାଇଦେବ କହି ଠକାମୀ କରୁଥିଲା ।

ଠକ ନିଜେ ବିଟେକ ଇଞ୍ଜିନିୟର ପାଠ ପଢିଥିବା ଜାଣିବାକୁ ପାଇଛି ପୋଲିସ। ଆହୁରି ଅନେକ କେସ ସାମ୍ନାକୁ ଆସିବ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ, ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ଭୁବନେଶ୍ଵର ଡିସିପି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details