ଓଡିଶା

odisha

ETV Bharat / city

ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ - ମାନସିକତାରେ ପରିବର୍ତ୍ତନ

ଘର ପରିବାର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ନିର୍ଯାତନା, ଶୋଷଣ ଓ ପକ୍ଷପାତିତାର ଶିକାର ହେଉଛି ଝିଅଟିଏ । ଏଭଳି ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିନ ଅବସରରେ ଏହା ମତ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

By

Published : Oct 11, 2019, 6:04 PM IST

ଭୁବନେଶ୍ବର: ଏବେବି ଆମ ସମାଜରେ ଝିଅଟିଏ ନିଜକୁ ସୁରକ୍ଷିତ ମଣୁନାହିଁ । ଘର ପରିବାର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ନିର୍ଯାତନା, ଶୋଷଣ ଓ ପକ୍ଷପାତିତାର ଶିକାର ହେଉଛି । ଏଭଳି ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିନ ଅବସରରେ ଯୋଗ ଦେଇଥିବା ଅତିଥି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଆଜି ବି ଝିଅମାନଙ୍କୁ ଯେଭଳି ଶିକ୍ଷା, ସୁରକ୍ଷା ଓ ଆଦର ମିଳିବା କଥା ସେହି ପରିମାଣରେ ମିଳୁନାହିଁ। ପରିବାରରେ ଝିଅଟିଏ ଜନ୍ମ ହେଲେ ମନଦୁଃଖ କରୁଥିବାବେଳେ ପୁଅ ପାଇଁ ଖୁସି ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ କାରଣରୁ ସେମାନଙ୍କ ବାଲ୍ୟ ବିବାହ କରାଇ ଦିଆଯାଉଛି ବୋଲି ମତ ପ୍ରକାଶ ପାଇଛି ।

ଏଭଳି ମାନସିକତାରେ ପରିବର୍ତ୍ତନ ଆସିବା ନିହାତି ଦରକାର ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କମିଶନ ପକ୍ଷରୁ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details