ଓଡିଶା

odisha

ETV Bharat / city

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା' - international conference of global mother 2019

ଭୁବନେଶ୍ବରସ୍ଥିତ ସୋଆ ୟୁନିଭର୍ସସିଟିରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅଫ୍ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ..

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା'

By

Published : Nov 22, 2019, 4:33 AM IST

ଭୁବନେଶ୍ବର: ଗୁରୁବାର ଭୁବନେଶ୍ବରସ୍ଥିତ ସୋଆ ୟୁନିଭର୍ସସିଟିରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅଫ୍ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି ।

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା'

ଏହି କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ଫ୍ୟାମିଲି ସିଷ୍ଟମ ଆଣ୍ଡ ରୋଲ ଅଫ୍ ମଦର୍‌ । ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୌଥ ପରିବାରର ଏକତା ଉପରେ ଜ୍ଞାନ ଆହରଣ କରିବା ସହ ନିଜ ଦେଶର ପରମ୍ପରାକୁ ବାଣ୍ଟିବେ ଏହି ମା'ମାନେ ।

ଏନେଇ ନେପାଳ, କାଜକସ୍ଥାନ, ବୁଲଗେରିଆ, ଜର୍ଜିଆ, ଇରାନ, ଜର୍ମାନୀ, ଉଜବେକିସ୍ତାନ ପ୍ରମୁଖ 7ଟି ଦେଶରୁ 32 ଜଣ ମାଆ ଗୁରୁବାର ଏହି ଆନ୍ତର୍ଜାତିକ ସମ୍ବିଳନୀରେ ଯୋଗ ଦେଇଛନ୍ତି । ଏହା ସହ ଗୁରୁବାର ରାତିଠାରୁ ଆସନ୍ତା 24 ପର୍ଯ୍ୟନ୍ତ ଏହି ମା'ମାନେ ଭୁବନେଶ୍ବରର ଅନେକ ପରିବାରରେ ରହିବା ସହ ଓଡ଼ିଆ ଚାଲିଚଳଣୀ ଶିଖିବାର ଲାଭ ଉଠାଇବେ ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details