ଭୁବନେଶ୍ବର:ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୬୩ ରାଙ୍କ୍ ରହିଛନ୍ତି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ । ପ୍ରଶାସନିକ ଅଧିକାରୀ ଭାବରେ ସେ ପରିବେଶ ସୁରକ୍ଷା ଦିଗରେ କାମରେ କରିବେ ବୋଲି କହିଛନ୍ତି । ଏହି ସଫଳତାର ସିଡ଼ି ଚଢ଼ିବାକୁ ସେ ଅନେକ ସଂଘର୍ଷ କରିଛନ୍ତି ।
ସୋନପୁର ଜିଲ୍ଲା ବାସିନ୍ଦା ହେଉଛନ୍ତି କାର୍ତ୍ତିକ ପାଣିଗ୍ରାହୀ । UPSC ପରୀକ୍ଷାରେ ସେ ୬୩ ରାଙ୍କ୍ରେ ରହିଛନ୍ତି । ୨୦୧୯ରୁ ସେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପରିଶ୍ରମ କରି ଆସୁଥିଲେ । ଆଜି ଏହି ଉପଲବ୍ଧି ହାସଲ କରିବା କରିବା ସମସ୍ତ ସଫଳତାର ଶ୍ରେୟ ସେ ନିଜ ପରିବାର, ଗୁରୁଙ୍କୁ ଦେଇଛନ୍ତି । ଏଭଳି ଏକ ସଫଳତା ପାଇବା ପରେ ସେ ଆତ୍ମବିଭୋର ହୋଇ ଉଠିଛନ୍ତି । ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଣ୍ଟରଭ୍ୟୁକୁ ନେଇ ଚିନ୍ତାରେ ଥିଲେ । ତେବେ ନିଜ କଠିନ ପରିଶ୍ରମ ବଳର ସମସ୍ତ ବାଧାରୁ ସେ ପାର୍ ପାଇଛନ୍ତି ।