ଭୁବନେଶ୍ବର:କମିଶନରେଟ୍ ପୋଲିସକୁ ବଡ ସଫଳତା । ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ୧୦୦ ଗ୍ରାମର ସୁନା ଅଳଙ୍କାର ଓ ମୋବାଇଲ ଜବତ କରିଛି ପୋଲିସ । ଗିରଫ ୫ ଜଣଙ୍କ ମଧ୍ୟରେ ୩ ଜଣ ରିସିଭର ଅଛନ୍ତି । ଗ୍ୟାଙ୍ଗର କିଛି ସଦସ୍ୟ ଏନକାଉଣ୍ଟର ଶିକାର ହୋଇଥିବା ଚକରା ବାରିକ ସହ କାମ କରୁଥିଲେ ।
କମିଶନରେଟ୍ ପୋଲିସ କବ୍ଜାରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ - ଗିରଫ ହେଲେ ଅନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ
କମିଶନରେଟ୍ ପୋଲିସକୁ ବଡ ସଫଳତା । ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ 100 ଗ୍ରାମର ସୁନା ଅଳଙ୍କାର ଓ ମୋବାଇଲ ଜବତ । ଅଧିକ ପଢନ୍ତୁ
ଏହି ଗ୍ୟାଙ୍ଗ ବିରୋଧରେ ୨୦ରୁ ଅଧିକ ମାମଲା ରହିଛି । ଲୁଟେରାଙ୍କ ଠାରୁ ୧୦୦ ଗ୍ରାମର ସୁନା ଅଳଙ୍କାର, ୮ଟି ମୋବାଇଲ ଏବଂ ୧୨ଟି ଚେନ୍ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ପୁରୀର ଆୟୁଷମାନ ତ୍ରିପାଠୀ ଓ କ୍ୟାପିଟାଲ ଥାନା ଅଞ୍ଚଳର ନିର୍ମଳ ରଣସିଂହ ଉଭୟ ରାଜଧାନୀରେ ଆତଙ୍କ ରଚିଥିଲେ । ଗତ ୧୪ ତାରିଖରେ ଉଭୟଙ୍କ ନାମରେ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆରମ୍ଭ କରିଥଲା ଖୋଲତାଡ଼ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୁଟ ସୁନା ଚେନ୍କୁ ଲୋକନାଥ, ତପନ, ଜ୍ୟୋତି ରଖି ଟଙ୍କା ଦେଉଥିଲେ । ତଦନ୍ତରୁ ଏହି ସତ୍ୟ ସାମ୍ନାକୁ ଆସିବା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର DCP ପ୍ରତୀକ ସିଂ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ