କୋରୋନା ଭୟ: ସୋମବାର ଠୁ ଗଡିବନି ରାଜ୍ୟର କୌଣସି ଆନ୍ତଃରାଜ୍ୟ ବସ - inter state bus cancled
15:52 March 22
କୋରୋନା ଭୟ: ସୋମବାର ଠୁ ଗଡିବନି ରାଜ୍ୟର କୌଣସି ଆନ୍ତଃରାଜ୍ୟ ବସ
ଭୁବନେଶ୍ବର: କୋରୋନା ପାଇଁ କଟକଣା । ଟ୍ରେନ ପରେ ଏଣିକି ବସ ଉପରେ ବି କଟକଣା ଲାଗୁ କରିଦିଆଯାଇଛି । ଓଡିଶାରୁ କୌଣସି ବସ ବାହାର ରାଜ୍ୟକୁ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡିଶାକୁ ଆସିବ ନାହିଁ । ସୋମବାର ଦିନ 11ଟା ପରଠୁ ଏହି କଟକଣା କାର୍ଯ୍ୟକାରୀ ହେବ । ପରିବହନ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
କୋରୋନାକୁ ନେଇ ସାରା ଦେଶ ଏବେ ଚିନ୍ତିତ । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ କେନ୍ଦ୍ରଠୁ ନେଇ ରାଜ୍ୟ ସରକାର ସମସ୍ତେ ଆବଶ୍ୟୀୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ପାଇଁ ଚାରିଆଡେ କଟକଣା ଲଗାଇ ଦିଆଯାଇଛି । ରାଜ୍ୟର 5 ଜିଲ୍ଲା ସମେତ ଅନେକ ସହରକୁ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବେ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି । ପୂର୍ବରୁ ଟ୍ରେନ ଚଳାଚଳକୁ ମଧ୍ୟ ମାର୍ଚ୍ଚ 31 ରାତି 12ଟା ଯାଏଁ ବାତିଲ କରାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ