ଓଡିଶା

odisha

ETV Bharat / city

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ନୂତନ ଗୁଇନ୍ଦା ମହାନିର୍ଦ୍ଦେଶକ - ସତ୍ୟଜିତ ମହାନ୍ତି

ଗୁରୁବାର ମଧ୍ୟାହ୍ନରେ ଗୁଇନ୍ଦା ମହାନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ସତ୍ୟଜିତ ମହାନ୍ତି । ମାଓ ମୁକାବିଲାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସେ । ଅଧିକ ପଢ଼ନ୍ତୁ...

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ଗୁଇନ୍ଦା ମହାନିର୍ଦ୍ଦେଶକ

By

Published : Nov 21, 2019, 7:20 PM IST

ଭୁବନେଶ୍ବର: ନୂତନ ଭାବରେ ଗୁଇନ୍ଦା ମହାନିର୍ଦ୍ଦେଶକ ପଦରେ ଯୋଗ ଦେଇଛନ୍ତି ସତ୍ୟଜିତ ମହାନ୍ତି। ମାଓ ମୁକାବିଲା ସହ ଭିଆଇପି ମାନଙ୍କ ସୁରକ୍ଷା ଉପରେ ନଜର ରହିବ ବୋଲି ପଦରେ ଯୋଗ ଦେବା ପରେ କହିଛନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ।

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ଗୁଇନ୍ଦା ମହାନିର୍ଦ୍ଦେଶକ

ଗୁରୁବାର ମଧ୍ୟାହ୍ନରେ ସତ୍ୟଜିତ ମହାନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ପଦରେ ଯୋଗ ଦେବା ପରେ ସତ୍ୟଜିତ କହିଛନ୍ତି ଯେ, କିଭଳି ଭାବରେ ଗୁଇନ୍ଦା ବିଭାଗକୁ ସୁଦୃଢ଼ କରାଯିବ ତାକୁ ପ୍ରାଥମିକତା ଦିଆଯିବ। ଏହାଛଡା ଓଡି଼ଶା ସମେତ ପଡୋଶୀ ରାଜ୍ୟରେ ସକ୍ରିୟ ହେଉଥିବା ମାଓବାଦୀଙ୍କ ଦମନ ଉପରେ ନଜର ରଖାଯିବ ।

ଏହାଛଡା ପୂର୍ବରୁ ଓଡିଶା ପୋଲିସ ମାଓ ଦମନ ପାଇଁ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଓଡି଼ଶା ପୋଲିସ ଏହାକୁ କିଭଳି ଭାବରେ ଆଗକୁ ନେବ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ। ଅନ୍ୟପଟେ ଭିଆଇପି ଓ ଭିଭିଆଇପି ମାନଙ୍କର ସୁରକ୍ଷା ଉପରେ ବିଶେଷ ନଜର ରହିବ ବୋଲି ସତ୍ୟଜିତ ମହାନ୍ତି କହିଛନ୍ତି।

1988 ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସତ୍ୟଜିତ ମହାନ୍ତି। ସେ ପୂର୍ବରୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି, ଜେଲ ଡିଜି ଓ କମିଶନରେଟ ପୋଲିସର କମିଶନର ଭାବରେ ଦାୟିତ୍ବ ତୁଲାଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details