ଭୁବନେଶ୍ବର:ରାଜ୍ୟରେ କୋଭିଡ଼ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି। "କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ,ମେଲେରିଆ, ଡ଼ାଇରିଆ ,ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯାଉଛି ।
ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ: ଅନ୍ୟ ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ - ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ
ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ। କରୋନା ସହ ଟିଭି, ଫାଇଲେରିଆ, ମେଲେରିଆ ଭଳି ଅନ୍ୟ ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯିବ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭ୍ୟାରିଆଣ୍ଟ । ଅଧିକ ପଢନ୍ତୁ
ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ
ପୂର୍ବ 15 ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଟରେ ରହୁଥିଲା ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ । ହସ୍ପିଟାଲାଇଜ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ"। ଏହାବାଦ ଲୋକ ମାନଙ୍କୁ ଅପିଲ କରାଯାଉଛି ସମସ୍ତେ ଟୀକା ନେବାକୁ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭ୍ୟାରିଆଣ୍ଟର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।