ଓଡିଶା

odisha

ETV Bharat / city

ରାଜ୍ୟରେ ନିଅଣ୍ଟିଆ ବର୍ଷା; ଲିଫ୍ଟ ଇରିଗେସନରେ ଜମିକୁ ଯୋଗାହେବ ପାଣି

ରାଜ୍ୟରେ ଶ୍ରାବଣ ମାସ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷା ହୋଇଛି । ଫଳରେ ଚାଷକାର୍ଯ୍ୟ ପାଇଁ ଜମିକୁ ଲିଫ୍ଟ ଇରିଗେସନ ମାଧ୍ୟମରେ ପାଣି ଯୋଗାଯିବ ବୋଲି କହିଛନ୍ତି କୃଷି ସଚିବ ସୁରେଶ କୁମାର ବଶିଷ୍ଠ । ଅଧିକ ପଢନ୍ତୁ...

ରାଜ୍ୟରେ ନିଅଣ୍ଟିଆ ବର୍ଷା; ଲିଫ୍ଟ ଇରିଗେସନରେ ଜମିକୁ ଯୋଗାଯିବ ପାଣି
ରାଜ୍ୟରେ ନିଅଣ୍ଟିଆ ବର୍ଷା; ଲିଫ୍ଟ ଇରିଗେସନରେ ଜମିକୁ ଯୋଗାଯିବ ପାଣି

By

Published : Aug 23, 2021, 3:16 PM IST

Updated : Aug 23, 2021, 3:28 PM IST

ଭୁବନେଶ୍ବର: ଶ୍ରାବଣ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ବାଭାବିକଠୁ କମ ବର୍ଷା ହୋଇଛି । ଫଳରେ ରାଜ୍ୟରେ ମରୁଡି ଭଳି ସ୍ଥିତି ଉପୁଜିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ ଚାଷଜମିକୁ ପାଣି ଯୋଗାଇବା ପାଇଁ ଲିଫ୍ଟ ଇରିଗେସନ ପଦ୍ଧତିକୁ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ନିଅଣ୍ଟିଆ ବର୍ଷା; ଲିଫ୍ଟ ଇରିଗେସନରେ ଜମିକୁ ଯୋଗାଯିବ ପାଣି

ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତି ଏଡ଼ାଇବା ଲାଗି ବୈଠକରେ ୩ଟି ଦିଗ ଉପରେ ଗୁରୁତ୍ବାରୋପ କରାଯାଇଛି । ତେବେ ବର୍ତ୍ତମାନ ମରୁଡି ସ୍ଥିତି ନୁହେଁ, ମତ୍ସର ଷ୍ଟ୍ରେସ ସ୍ଥିତି ରହିଥିବା କହିଛନ୍ତି କୃଷି ସଚିବ ତଥା କମିଶନର ସୁରେଶ କୁମାର ବଶିଷ୍ଠ । କୃଷି ଉତ୍ପାଦନ କମିଶନର, ଉନ୍ନୟନ କମିଶନ, କୃଷି ସଚିବଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କମ ବର୍ଷା ହେଉଛି । ଆଗାମୀ ୧୦ ଦିନରେ କମ ବର୍ଷା ହେଲେ କଣ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଛି ।

ରାଜ୍ୟରେ ନିଅଣ୍ଟିଆ ବର୍ଷା; ଲିଫ୍ଟ ଇରିଗେସନରେ ଜମିକୁ ଯୋଗାଯିବ ପାଣି

ଯେଉଁ ଜଳସେଚନ ପ୍ରକଳ୍ପ ରହିଛି, ତାକୁ କିପରି ଭଲ ଭାବେ ଉପଯୋଗ କରାଯିବ ସେନେଇ ଆଲୋଚନା ହୋଇଛି । ଉଠା ଜଳସେଚନ ପ୍ରକଳ୍ପକୁ ପୁନରୁଦ୍ଧାର ପାଇଁ ପାଣି ପଞ୍ଚାୟତ ସ୍ତରରେ ଆଲୋଚନା କରାଯିବ । ଆବଶ୍ୟକ ସ୍ଥଳେ କୃଷି ଶ୍ରମିକଙ୍କୁ ମନରେଗା କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ ସ୍କିମରେ କାମ ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଛି ।

୧୫ ଜିଲ୍ଲାର ୩୦ଟି ବ୍ଲକରେ ସ୍ବଭାବିକଠୁ କମ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଲିଫ୍ଟ ଇରିଗେସନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ । ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ସମୀକ୍ଷାରୁ ଜଣାପଡିଛି ଯେ ଅଗଷ୍ଟ ମାସରେ ରାଜ୍ୟରେ ଗତବର୍ଷ ତୁଳନାରେ ୫୦% କମ୍ ବୃଷ୍ଟିପାତ ହୋଇଛି ଏବଂ ଚଳିତବର୍ଷ ବର୍ଷା ଋତୁରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୮.୮ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି । କମ୍ ବୃଷ୍ଟିପାତ ହେତୁ ପ୍ରାୟ ୧୫ଟି ଜିଲ୍ଲାର ପ୍ରାୟ ୩୦ଟି ବ୍ଲକ୍‌ରେ ଜମି ଆଦ୍ରତା କମିଛି । ମୁଖ୍ୟତଃ ଅନୁଗୁଳର (୪ ବ୍ଲକ୍), ବଲାଙ୍ଗିର (୨ ବ୍ଲକ୍‌), ଭଦ୍ରକ (୧ ବ୍ଳକ୍), ବୌଦ୍ଧ (୨ ବ୍ଲକ୍), ଢ଼େଙ୍କାନାଳ (୪ ବ୍ଲକ୍‌), ଗଞ୍ଜାମ (୧ ବ୍ଲକ୍), ଗଜପତି (୧ ବ୍ଲକ୍‌), ଯାଜପୁର (୨ ବ୍ଲକ୍), କେନ୍ଦୁଝର (୩ ବ୍ଲକ୍‌), ରାୟଗଡା (୫ ବ୍ଲକ୍‌), ସମ୍ବଲପୁର (୧ ବ୍ଲକ୍), ଝାରସୁଗୁଡା (୧ ବ୍ଲକ୍) ନବରଙ୍ଗପୁର (୧ ବ୍ଲକ୍‌), ନୟାଗଡ (୧ବ୍ଲକ୍) ଆଦିର ଚାଷ କାର୍ଯ୍ୟ ପାଇଁ ଜମିର ଆର୍ଦ୍ରତା କମିଛି ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ:-

୧.ସମସ୍ତ ଜଳସେଚନ ସ୍ରୋତ ଚାଲୁ ରଖ ।
୨. ସବୁ ଲିଫ୍ଟ୍, ଇରିଗେସନ, ବୋରୱେଲ ଆଦିକୁ ବିଦ୍ୟୁତ ସଂଯୋଗ ଅବ୍ୟାହତ ରଖ । ନୂଆ ପ୍ରସ୍ତୁତ ହୋଇଥିବା ଲିଫ୍ଟ୍ ପଏଣ୍ଟ ଏବଂ ବୋର ୱେଲ୍‌ ଆଦିକୁ ତୁରନ୍ତ ବିଦ୍ୟୁତ ସଂଯୋଗ କର ।
୩. ପାଣି ପଂଚାୟତ ଏବଂ ବିଦ୍ୟୁତ ବିତରକ କଂପାନୀମାନଙ୍କ ମଧ୍ୟରେ ମିଳିତ ବୈଠକ କରି ସମସ୍ତ ଜଳସେଚନ ପଏଣ୍ଟ୍‌ ଚାଲୁ ରଖ ।
୪. ସମସ୍ତ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା ପାଇଁ ଆବଶ୍ୟକୀୟ କେନାଲ ମରାମତି କାର୍ଯ୍ୟ ତ୍ବରାନ୍ବିତ କର ।
୫.କେନାଲମାନଙ୍କରେ ରୋଟେସନ୍ ଭିତ୍ତିରେ ଆବଶ୍ୟକତା ଅନୁସାରେ ପାଣି ଚାଲୁ ରଖ ।
୬.ପ୍ରତି ଜିଲ୍ଲାକୁ ବ୍ଲକ୍ ଏବଂ ପଂଚାୟତୱାରୀ ବିକଳ୍ପ ଫସଲ ନିମନ୍ତେ 'କଣ୍ଟିଜେନ୍ସି ପ୍ଲାନ୍' ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।
୭.କମ୍ ବୃଷ୍ଟିପାତ ଥିବା ବ୍ଲକ୍‌ମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ । ଏଥି ପାଇଁ ଆବଶ୍ୟକୀୟ ବିହନ ଓ ମଞ୍ଜି ଯୋଗାଇବାକୁ ରାଜ୍ୟ ସିଡ୍ ବର୍‌ପୋରେସନ୍‌ଙ୍କୁ ନିର୍ଦ୍ଦେଶ ।
୮.ମହାତ୍ମାଗାନ୍ଧୀ ନରେଗାରେ ଅଧିକରୁ ଅଧିକ ପ୍ରକଳ୍ପ, ଫାର୍ମ ପଣ୍ଡ ଆଦି କରିବାକୁ ନିର୍ଦ୍ଦେଶ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇଛି । ଅଧିକ ୨୦ ଲକ୍ଷ କର୍ମ ଦିବସ ସୃଷ୍ଟି ନିମନ୍ତେ ନିର୍ଦ୍ଦେଶ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 23, 2021, 3:28 PM IST

ABOUT THE AUTHOR

...view details