ଭୁବନେଶ୍ବର:ରାଜ୍ୟରେ ଟୀକାକରଣ ସମୟରେ ଦେଖାଦେଇଥିଲା ଅନେକ ସମସ୍ୟା । ଏହି ସମସ୍ୟାକୁ ଅନେକ କର୍ମୀ ସୁଯୋଗରେ ପରିଣତ କରି ଟିକାଦାନ କରିଥିଲେ । ଟିକାଦାନ କ୍ଷେତ୍ରରେ ସଫଳତାର କାହାଣୀ କହିବାର ଏବେ ସମୟ ଆସିଯାଇଛି । କେନ୍ଦ୍ରର ଚିଠି ଆଧାରରେ ପ୍ରତ୍ୟେକ ବୁଧବାର ସୁଦ୍ଧା ଟୀକାକରଣର ସଫଳତାର କାହାଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ୟାକୁ ସୁଯୋଗରେ ପରିଣତ କରିଥିବା କର୍ମୀଙ୍କ କାହାଣୀ କେନ୍ଦ୍ରକୁ ପଠାଯିବ। ଏନେଇ ସମସ୍ତ ଜିଲ୍ଲାପାଳ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । କେନ୍ଦ୍ରର ଚିଠି ଆଧାରରେ ଏନେଇ ଚିଠି ଲେଖିଲେ ପ୍ରଦୀପ୍ତ ମହାପାତ୍ର ।
ଟିକାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର କାହାଣି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବୁଧବାର ସୁଦ୍ଧା ସପ୍ତାହ ଜାକର ସଫଳତାର କାହାଣୀ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଟିକାଦାନ ସମୟରେ କିଭଳି ଆହ୍ୱାନର ସମ୍ମୁଖିନ ହୋଇ ଟୀକାକରଣ ହୋଇଛି । ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ଲାଗି ଅସାଧାରଣ ପଦକ୍ଷପ ନିଆଯାଇଥିବା କାହାଣୀ ଏଥିରେ ସ୍ଥାନ ପାଇବ। ରାଜ୍ୟରେ ଆଜି ପର୍ଯ୍ୟନ୍ତ 1.36 କୋଟିରୁ ଅଧିକ ଡୋଜ ଟୀକାକରଣ କରାଯାଇଛି।