ଓଡିଶା

odisha

ETV Bharat / city

ମେ 18ରୁ +2 ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ - ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି

ରାଜ୍ୟରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ତତ୍ପରତା ଦେଖାଇଛି ରାଜ୍ୟ ସରକାର। ଆସନ୍ତା 25 ତାରିଖ ସୁଧା ସମସ୍ତ କେନ୍ଦ୍ରରେ ସିସିଟିଭ ଲଗାଇବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ...

ମେ 18ରୁ +2 ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ
ମେ 18ରୁ +2 ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

By

Published : Apr 14, 2021, 8:29 AM IST

ଭୁବନେଶ୍ବର: ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସ୍ଥାପନ ପାଇଁ ନିର୍ଦ୍ଦେଶ। ରାଜ୍ୟରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ତତ୍ପରତା ଦେଖାଇଛି ରାଜ୍ୟ ସରକାର। ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ରରେ ସିସିଟିଭ ଲଗାଇବାକୁ ନିର୍ଦ୍ଦେଶ। ମେ 18 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା।

ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସ୍ଥାପନ ପାଇଁ ନିର୍ଦ୍ଦେଶ

ରାଜ୍ୟରେ ମେ 18 ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବାଣିଜ୍ୟ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା। ଏହାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ସ୍ଥାପନ କରିନଥିବା ସ୍କୁଲ ଓ କଲେଜରେ ତୁରନ୍ତ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି।

25 ଏପ୍ରିଲ୍ ସୁଦ୍ଧା ସକାରାତ୍ମକ ଭାବରେ ସ୍ଥାପନ କରିବାପାଇଁ ନିର୍ଦ୍ଦେଶ। ପ୍ରାକ୍ଟିକାଲ୍ ଲାବୋରେଟୋରୀଗୁଡିକରେ ମଧ୍ୟ ସିସିଟିଭ ରଖିବାକୁ ନିର୍ଦେଶ। ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କାର୍ଯ୍ୟ ନକରାଯାଇଥିବା ସେହି ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ।

କାହିଁକି ସିସିଟିଭ ଲଗା ଯାଇନହିଁ ବୋଲି ରିପୋର୍ଟ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ ବୋଲି ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକର ପରୀକ୍ଷା ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details