ଓଡିଶା

odisha

ETV Bharat / city

ପ୍ରସୂତୀଙ୍କ ଖାଦ୍ୟରେ ପୋକ ପଡିବା ଘଟଣା, 2 ଜଣଙ୍କୁ ନୋଟିସ ଜାରି - CAPITAL HOSPITAL ISSUE

ପ୍ରସୂତୀଙ୍କ ଖାଦ୍ୟରେ ପୋକ ପଡିବା ଘଟଣା। ଦୁଇ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ହସ୍ପିଟାଲର ଅଧିକ୍ଷକ। ଜଳଖିଆରେ ବିଷାକ୍ତ ପୋକ ପଡିବା ନେଇ ହସ୍ପିଟାଲ ପରିସରରେ ଦେଖାଯାଇଥିଲା ଉତ୍ତେଜନା। ଅଧିକ ଖବର ପଢନ୍ତୁ...

_CAPITAL HOSPITAL ISSUE
ପ୍ରସୂତୀଙ୍କ ଖାଦ୍ୟରେ ପୋକ ପଡିବା ଘଟଣା, ଦୁଇ ଜଣଙ୍କୁ ନୋଟିସ ଜାରି

By

Published : Feb 2, 2020, 3:10 PM IST


ଭୁବନେଶ୍ବର: ପ୍ରସୂତୀଙ୍କ ଖାଦ୍ୟରେ ବିଷାକ୍ତ ପୋକ। ଏନେଇ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ଏ ଘଟଣାକୁ ନେଇ ହସ୍ପିଟାଲ କତ୍ତୃପକ୍ଷ 2 ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦୁଇ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ କହିଛନ୍ତି।

ଗତକାଲି ସକାଳ ସମୟରେ ପ୍ରସୂତିଙ୍କୁ ସକାଳ ଜଳଖିଆ ଦିଆଯାଉଥିବା ବେଳେ ଏଥିରେ ଏକ ବିଷାକ୍ତ ପୋକ ବାହାରିଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇବା ସହ ହସ୍ପିଟାଲର ଚିତ୍ର ପଦାକୁ ଆସିଥିଲା। ଘଟଣା ପରେ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ନାରାୟଣ ସେଠି ଏକ ନୋଟିସ ଜାରି କରିଛନ୍ତି। ନୋଟିସ ଜାରି ହୋଇଥିବା 2 ଜଣ ବ୍ୟକ୍ତି ହେଲେ ଡାଇଟିସିଆନ ଓ ଅନ୍ୟ ଜଣେ ପ୍ରସୂତୀଙ୍କୁ ଖାଦ୍ୟ ଦେଉଥିବା ହସ୍ପିଟାଲର କର୍ମଚାରୀ।

ପ୍ରସୂତୀଙ୍କ ଖାଦ୍ୟରେ ପୋକ ପଡିବା ଘଟଣା, ଦୁଇ ଜଣଙ୍କୁ ନୋଟିସ ଜାରି

ଏନେଇ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲର ଅଧିକ୍ଷକଙ୍କୁ ଭେଟି ପୋକ ପଡିଥିବା ଖାଦ୍ୟକୁ ଦେଖାଇଥିଲେ। ଏନେଇ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୃତି ଦେବା ପରେ ଉତ୍ତେଜନା ଥମିଥିଲା।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ABOUT THE AUTHOR

...view details