ଭୁବନେଶ୍ବର: କୃଷି ଆଇନ ଓ ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରୀୟ କୃଷି ଆଇନ ଓ ତୈଳର ଅହେତୁକ ଦର ବୃଦ୍ଧି ବିରୋଧରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ଯୁବ କଂଗ୍ରେସ ।
ଯୁବ କଂଗ୍ରେସର ଅଭିନବ ପ୍ରତିବାଦ ଶଗଡ଼ ଗାଡ଼ିରେ ବସି ପାୱାର ହାଉସ ଛକରୁ ରାଜଭବନ ଅଭିମୁଖେ ଅଭିନବ ପ୍ରତିବାଦ ଜଣାଇଲା ରାଜ୍ୟ ଯୁବ କଂଗ୍ରେସ। ରାଜଭବନକୁ ଯିବା ବାଟରେ ପୋଲିସ ସହ ଠେଲାପେଲା ହୋଇଛି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କୃଷି ଆଇନ ପ୍ରତ୍ୟାହାର ଏବଂ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ ।
ବିକ୍ଷୋଭରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇଛନ୍ତି। ଗତକାଲି(ସୋମବାର) କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ବଜେଟରେ ଯେଉଁଭଳି ଭାବେ ପେଟ୍ରୋଲ ଓ ଡିଜେଲରେ ଶେଷ ଫାର୍ମ ପାଇଁ ଟିକସ ବୃଦ୍ଧି କରାଯାଇଛି, ତାକୁ ଯୁବ କଂଗ୍ରେସ ନାପସନ୍ଦ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ