ଭୁବନେଶ୍ବର: ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ଅଭିନବ ଉପାୟରେ ସଚେତନତା ଅଭିଯାନ ଆରମ୍ଭ । ଭିକ୍ଷା ବୃତ୍ତି ନକରିବା ପାଇଁ ବୁଲି ବୁଲି ସଚେତନତା କରାଯାଇଛି । ପୂର୍ବରୁ ଭିକ୍ଷା ବୃତ୍ତି କରୁଥିବା ଜଣେ ବ୍ୟକ୍ତି ଚକୁଳିଆ ପଣ୍ଡା ବେଶରେ ସହରର ବିଭିନ୍ନ ସ୍ଥାନରେ ବୁଲି ଟଙ୍କା ବଦଳରେ ସ୍ବାଭିମାନ ସହ ବଞ୍ଚିବାର ବାର୍ତ୍ତା ଦେଇଛନ୍ତି ।
ସୋମବାର ଭୁବନେଶ୍ବରକୁ ଭିକ୍ଷୁକ ମୁକ୍ତ କରିବା ପାଇଁ ବିଏମସି ଓ ଓପସ ପକ୍ଷରୁ ଏକ ନିଆରା ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଭିକ୍ଷୁକଙ୍କୁ ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ । ରାସ୍ତା କଡରୁ ଉଦ୍ଧାର ହୋଇଥିବା ଭିକ୍ଷୁକଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି । ଚକୁଳିଆ ପଣ୍ଡା ବେଶରେ ଭିକ୍ଷୁକ ମାନେ ଖୁବ ସୁନ୍ଦର ଗୀତ ଗାଇ ସଚେତନତା ବାର୍ତ୍ତା ଦେଉଛନ୍ତି ।