ଓଡିଶା

odisha

ETV Bharat / city

ଉନ୍ମୋଚିତ ହେଲା 'ମୋ ସ୍କୁଲ ଆପ୍' - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନକୁ ଯୋଡିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ସ୍କୁଲ ଯୋଜନା । ଯାହାର ଆଜି 2ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚିତ ହୋଇଛି ସ୍ବତନ୍ତ୍ର ଆପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 14, 2019, 2:58 PM IST

ଭୁବନେଶ୍ବର: ଉନ୍ମୋଚିତ ହେଲା 'ମୋ ସ୍କୁଲ ଆପ୍' । ମୋ ସ୍କୁଲ କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରାଯାଇଛି । ଆପ ସହ କଫି ଟେବୁଲ ବୁକ ଉନ୍ମୋଚନ କରାଯାଇଛି । ଏହାଦ୍ବାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକରୁ ଅଧିକ ଦାନ କରିପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ବ୍ୟତୀତ ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲାପାଳଙ୍କ ସହ କଥା ହୋଇ ‘ମୋ ସ୍କୁଲ ଯୋଜନା’ର ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା, ମୋ କଲେଜ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ।


ଏହି ୨ ବର୍ଷ ମଧ୍ୟରେ ୯ ହଜାର ୯୮୫ ଟି ବିଦ୍ୟାଳୟ ‘ମୋ ସ୍କୁଲ ଯୋଜନା’ରେ ସାମିଲ ହୋଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। 1 ଲକ୍ଷ 66 ହାଜର 608 ପୁରାତନ ଛାତ୍ରଛାତ୍ରୀ , ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନମାନେ ବିଦ୍ୟାଳୟ ଗୁଡିକ ପାଇଁ 34 କୋଟି 87 ଲକ୍ଷ 76 ହଜାର 435 ଟଙ୍କା ଦାନ କରିଥିବା ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details