ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି(ଶୁକ୍ରବାର) ଡେରାସସ୍ଥିତ ସି-ଫୁଡ୍ ପାର୍କ ପରିଦର୍ଶନ କରିଛନ୍ତି । ସେଠାରେ ଥିବା ନ୍ୟୁନତମ ସୁବିଧାସୁଯୋଗ, ଶୀତଳ ଭଣ୍ଡାର ୟୁନିଟ୍, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ୟୁନିଟ୍ ସେ ବୁଲି ଦେଖିଛନ୍ତି । ଏଠାରେ ଥିବା ବି-ୱାନ୍ ମାରାଇନ୍ କମ୍ପାନୀ ବୁଲି ଦେଖିବା ସହ ପ୍ରମୋଟର ମାନଙ୍କ ସହ ଆଲୋଚନା କରିଛନ୍ତି ।
ଆଇଟି ଓ ଆଇଟି ସମ୍ପର୍କିତ ସେବା ଦ୍ୱାରା ଉତ୍ପାଦନ ବୃଦ୍ଧି ସହ ସେମାନେ କିପରି ଅଧିକ ଲାଭାନ୍ୱିତ ହୋଇପାରିବେ ସେନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ଜରିଆରେ ରାଜ୍ୟର ବିକାଶଧାରାକୁ ଆଗେଇ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଇଟି ଅନ୍ତର୍ଭୁକ୍ତିକରଣ ସନ୍ଧାନ ପାଇଁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଏହି ଶିଳ୍ପ ପାର୍କ ଗସ୍ତ ଏକ ଶୁଭ ସୂଚନା । ସବୁ ବିଭାଗରେ ୫-‘ଟି’ ଉପକ୍ରମ ଅନୁସାରେ ସମୟ ଓ ସ୍ୱଚ୍ଛତା ପାଳନର ଯଥେଷ୍ଟ ଆବଶ୍ୟକତା ରହିଛି ।