ଭୁବନେଶ୍ବର: କୋଭିଡ ସଂକ୍ରମଣରେ ସଂକ୍ରମିତ ହେଲେ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ବିଜେଡି ନେତା ଓ ମନ୍ତ୍ରୀ କୋଭିଡ ସଂକ୍ରମିତ ହୋଇ ସାରିଛନ୍ତି ।
ମନ୍ତ୍ରୀ ରଘୁ ନନ୍ଦନ ଦାସ ଟ୍ବଟ୍ କରି କହିଛନ୍ତି ଯେ, "ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରୁହନ୍ତୁ । ତା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି ।"