କଟକ: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିଚାଲିଛି । ଦ୍ବିତୀୟ ଲହରୀ ଭଳି ତୃତୀୟ ଲହରୀରେ ଏହାର ସଂକ୍ରମଣ ହାର ଦ୍ରୁତ ଗତିରେ ମାଡି ଚାଲିଛି।
କିନ୍ତୁ ହସ୍ପିଟାଲାଇଜଡ ସଂଖ୍ୟା କମ ରହିଛି। ଯିଏ କରୋନା ସଂକ୍ରମଣ ହେଉଛି ତାକୁ ହସ୍ପିଟାଲକୁ ଯିବାକୁ ପଡୁନାହିଁ। ଖୁବ କମ ଦିନ ମଧ୍ୟରେ ସୁସ୍ଥ ହୋଇଯାଉଥିବା ଜଣାପଡିଛି। ତେବେ କଟକରେ ବି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ବି ଖୁବ କମ ସଂକ୍ରମିତ ହସ୍ପିଟାଲ ଯାଉଛନ୍ତି।