ଓଡିଶା

odisha

ସଂକ୍ରମଣ ହ୍ରାସ ପାଉଛି, ତଥାପି ଆମେ ସଚେତନ ରହିବା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jun 22, 2021, 11:53 AM IST

Updated : Jun 22, 2021, 12:13 PM IST

ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି, ତଥାପି ଆମେ ଢିଲା ହେବା ନାହିଁ। ତୃତୀୟ ଲହର ଆସୁ କି ନ ଆସୁ ଆମର ଦୁଇଟି ମୁଖ୍ୟ ଲକ୍ଷ ହେଲା ଟୀକାକରଣ ପ୍ରଭାବି ଭାବରେ କରିବୁ, ସର୍ଭିଲାନ୍ସ ଜାରି ରହିବ । ଅଧିକ ପଢନ୍ତୁ...

ସଂକ୍ରମଣ  ହ୍ରାସ ପାଉଛି, ତଥାପି ଆମେ ଢିଲା ହେବା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ସଂକ୍ରମଣ ହ୍ରାସ ପାଉଛି, ତଥାପି ଆମେ ଢିଲା ହେବା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଛି। ତଥାପି ଆମେ କୋରୋନା ପ୍ରତି ଢିଲା ହେବା ନାହିଁ। ଦୁଇଟି ମୁଖ୍ୟ ଲକ୍ଷ ହେଲା ଟୀକାକରଣ ପ୍ରଭାବି ଭାବରେ କରିବୁ, ସର୍ଭିଲାନ୍ସ ଜାରି ରଖିବୁ। କଟକଣା ଯେତେବେଳେ କୋହଳ ହେଉଛି କମ୍ୟୁନିଟିର ସାହାଯ୍ୟ ଦରକାର। ଏହି ତିନୋଟି କଥା ହେଲେ ତୄତୀୟ ଲହର ଆସିଲେ ବି ଚିନ୍ତା ନାହିଁ।

ସଂକ୍ରମଣ ହ୍ରାସ ପାଉଛି, ତଥାପି ଆମେ ଢିଲା ହେବା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କମ୍ୟୁନିଟି ନିଜର ଦାୟିତ୍ଵ ବୁଝିବା ଦରକାର। ସମସ୍ତଙ୍କୁ ଅପିଲ କରାଯାଇଛି ଟୀକାକରଣ ପାଇଁ। ଭୁତାଣୁକୁ ଦୁରେଇବା ପାଇଁ ଟିକା ନେବା ଦରକାର। ତୄତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି। ସବୁ ମହାମାରୀର ଗୋଟିଏ ଲହର ଥାଏ। ଭୁତାଣୁର ମ୍ୟୁଟେସନ ହେଉଛି ତେଣୁ ତା ପାଇଁ ଆଶଙ୍କା ରହୁଛି । ଦ୍ବିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତୄତୀୟ ଲହରରେ ବି ଅସୁବିଧାରେ ପଡିବା।

କିନ୍ତୁ ଆମେ ସମସ୍ତେ ମିଶି କାମ କଲେ ଏହାର କିଛି ପ୍ରଭାବ ପଡିବ ନାହିଁ। ଏଥି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ ହେଉନାହିଁ। ଯେଉଁ ବୟସର ଲୋକ ଟିକା ନେଇନାହାନ୍ତି ସେମାନେ ସଂକ୍ରମିତ ହେଉଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 22, 2021, 12:13 PM IST

ABOUT THE AUTHOR

...view details