ଭୁବନେଶ୍ବର: ଆଗକୁ ଆସୁଛି ଶୀତ ଋତୁ । ଏହି ଋତୁରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । କାରଣ ଲୋକମାନେ ଥଣ୍ଡା ଯୋଗୁଁ ଅଧିକ ସମୟରେ ବାହାରେ ବୁଲନ୍ତି ନାହିଁ । ଫଳରେ ଘର ଭିତରେ ମଧ୍ୟ ଭିଡ଼ ହୋଇ ସଂକ୍ରମଣ ବଢିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି ।
ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ଅଧିକାଂଶ ବାହାରେ ବୁଲନ୍ତି ନାହିଁ । ତେଣୁ ଭିଡ ହୋଇ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । କିନ୍ତୁ ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡିବ । ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି କହିଛନ୍ତି ଡିଏମଇଟି ।