ଓଡିଶା

odisha

ETV Bharat / city

ହଜାରେ ତଳେ ରହୁଛି ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - ଓଡିଶା କୋରୋନା ଅପଡେଟ

ଯେହେତୁ ସଂକ୍ରମଣ କମୁଛି କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ ନା ନାହିଁ ସେନେଇ ସରକାର ସାମଗ୍ରିକ ଭାବେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ହଜାରେ ତଳେ ରହୁଛି ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ହଜାରେ ତଳେ ରହୁଛି ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Feb 14, 2022, 4:38 PM IST

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର। କାରଣ ସଂକ୍ରମଣ ଏବେ ହଜାରେ ତଳେ ରହିଛି । କେବଳ ଗୋଟିଏ ଜିଲ୍ଲାକୁ ଛାଡି ଆଉ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ୫ ପ୍ରତିଶତ ତଳର ରହିଛି । ସର୍ଭିଲାନ୍ସ ଚାଲିଛି, ଦୈନିକ 60 ହଜାର ଉପରେ ଟେଷ୍ଟିଂ କରାଯାଉଛି । ଏପଟେ ଯେହେତୁ ସଂକ୍ରମଣ କମୁଛି କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ ନା ନାହିଁ ସେନେଇ ସରକାର ସାମଗ୍ରିକ ଭାବେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ହଜାରେ ତଳେ ରହୁଛି ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସେ କହିଛନ୍ତି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଲା। ରାଜ୍ୟରେ ଦିନକରେ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟିନରୁ ୫୦୩, ଲୋକାଲ୍ କେସ୍ ୩୫୬ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୭୨ ଚିହ୍ନଟ ହୋଇଛନ୍ତି । ବର୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକ ଗ୍ରୀନ ଜୋନରେ ରହିଛି । ତେବେ ରାଜ୍ୟରେ ଟିପିଆର ରହିଛି 1.82 ପ୍ରତିଶତ ।

ହଜାରେ ତଳେ ରହୁଛି ସଂକ୍ରମଣ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details