ଓଡିଶା

odisha

ETV Bharat / city

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ରାଜ୍ୟ ଲାଗି ବଡ ଉପଲବ୍ଧି: ଦିବ୍ୟଶଙ୍କର ମିଶ୍ର - ଷ୍ଟିଲ ପ୍ଲାଣ୍ଟ

ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ହେବା ପରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ।

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା
କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା

By

Published : Mar 4, 2021, 7:38 PM IST

ଭୁବନେଶ୍ବର:କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ଗ୍ରୁପ ପକ୍ଷରୁ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ହେବା ପରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ।

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା

ସେ କହିଛନ୍ତି ଯେ, ଜଣେ ଓଡ଼ିଆ ହିସାବରେ ଆଜି ମୁଁ ଗର୍ବିତ । କେନ୍ଦ୍ରାପଡାରେ 50 ହଜାର କୋଟି ବିନିଯୋଗରେ ଇଣ୍ଟ୍ରିଗେଟେଡ଼ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ । କେଭିଡ ମହାମାରୀ ସମୟରେ ଏହା ରାଜ୍ୟ ଲାଗି ବହୁତ ବଡ଼ ଉପଲବ୍ଧି । ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ଅଧିକ ଟଙ୍କା ପୁଞ୍ଜିନିବେଶ ହୋଇଛି ।

ଏହାସହ ମହାରାଷ୍ଟ୍ରକୁ ପଛରେ ପକାଇ ଓଡିଶା ଆଗରେ ରହିଛି । ଏହା ରାଜ୍ୟର ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେବ । ଦେଶର 52 ପ୍ରତିଶତ ବକ୍ସସାଇଟ, 33 ପ୍ରତିଶତ ଲୁହାପଥର ଓ 25 ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି । ଆମ ଖଣିଜ ପଦାର୍ଥକୁ ଆମେ ନିଜେ ବିନିଯୋଗ କରି ଆର୍ଥନୀତିକୁ ଆଗେଇବା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details