ଓଡିଶା

odisha

By

Published : Aug 11, 2021, 6:07 PM IST

ETV Bharat / city

'ଇଣ୍ଡୋର ଷ୍ଟାଡିୟମ ମହାପୁରୁଷଙ୍କ ନାମରେ ନାମିତ ହେଉ'

ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ବିଜେପିର ଟାର୍ଗେଟ । ରାଜ୍ୟରେ ନିର୍ମିତ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମ ଓଡିଶାର ମହାପୁରୁଷ ଓ କ୍ରୀଡାବିତଙ୍କ ନାମରେ ନାମିତ ହେଉ ବୋଲି ଦାବି କଲା ବିଜେପି । ଅଧିକ ପଢନ୍ତୁ...

'ଇଣ୍ଡୋର ଷ୍ଟାଡିୟମ ମହାପୁରୁଷଙ୍କ ନାମରେ ନାମିତ ହେଉ'
'ଇଣ୍ଡୋର ଷ୍ଟାଡିୟମ ମହାପୁରୁଷଙ୍କ ନାମରେ ନାମିତ ହେଉ'

ଭୁବନେଶ୍ବର:ଓଡିଶାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସହରାଞ୍ଚଳ କ୍ରୀଡା ଭିତ୍ତିଭୂମି ନାମକ ଏକ ପ୍ରକଳ୍ପ ସମ୍ପର୍କରେ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାସ୍ତବରେ ଏହା ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ ନା ସହରାଞ୍ଚଳ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛି ବିଜେପି ।

'ଇଣ୍ଡୋର ଷ୍ଟାଡିୟମ ମହାପୁରୁଷଙ୍କ ନାମରେ ନାମିତ ହେଉ'

ବୁଧବାର ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଯେଉଁଥିରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି କି ନିର୍ବାଚନ ଆସିଲେ ରାଜ୍ୟ ସରକାର ଅନେକ ଗୁଡାଏ ଘୋଷଣା କରନ୍ତି ଏବଂ ନିର୍ବାଚନ ପରେ ସେ ସବୁ ଭୁଲି ଯାଆନ୍ତି ।

ଆହୁରିମଧ୍ୟ, ରାଜ୍ୟରେ ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସୋମବାର କ୍ୟାବିନେଟ ମୋହର ବାଜିଛି । ରାଜ୍ୟର ପ୍ରାୟ ୮୯ ଜାଗାରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟ ପାଇଁ ମଧ୍ୟ କୋଠା ତିଆରି କରାଯିବ । ସେହିପରି କୋଭିଡ ସମୟରେ ଏନଏସି 50 ଓ ମୁନିସିପାଲିଟି ଅଞ୍ଚଳରେ 100 ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ଘୋଷଣା କରିଥିବା କହିଛି ବିଜେପି । ତେବେ ଗୋଟିଏ ପଟେ ସରକାର ଦରମା ଓ ଭତ୍ତା ପାଇଁ ବଜେଣ୍ଟ ନିଅଣ୍ଟ ହେଉଥିବା କହୁଥିବା ବେଳେ ଏହି ସବୁ ନିର୍ମାଣ ପାଇଁ ଅର୍ଥ କେଉଁଠୁ ଆସିବ ଓ କେଉଁ ବିଭାଗରୁ କେତେ ଅର୍ଥ ଖର୍ଚ୍ଚ ହେବା ତାହା ସ୍ପଷ୍ଟ କରିବାକୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦାବି କରିଛନ୍ତି ।

ଏଥିସହ ଯଦି ବି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୁଏ ତେବେ ସମାଜ ଗଠନରେ ଯୋଗଦାନ ଦେଇଥିବା ରାଜ୍ୟର ଅନେକ ମହାପୁରୁଷ ଓ କ୍ରୀଡାବିତଙ୍କ ନାମରେ ଷ୍ଟାଡିୟମ ନାମିତ ହେଉ ବୋଲି ଦଳ କହିଛି ।


ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details