ଓଡିଶା

odisha

ETV Bharat / city

ଇନ୍ଦିରାଗାନ୍ଧୀଙ୍କ 103 ତମ ଜୟନ୍ତୀ, ସ୍ମୃତିଚାରଣ କଲା ରାଜ୍ୟ କଂଗ୍ରେସ - congress pay tribute to indira gandhi

କଂଗ୍ରେସ ନେତ୍ରୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 103 ତମ ଜୟନ୍ତୀ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଅଧିକ ପଢନ୍ତୁ..

ଇନ୍ଦିରାଗାନ୍ଧୀଙ୍କ 103 ତମ ଜୟନ୍ତୀ, ସ୍ମୃତି ଚାରଣ କଲା କଂଗ୍ରେସ
ଇନ୍ଦିରାଗାନ୍ଧୀଙ୍କ 103 ତମ ଜୟନ୍ତୀ, ସ୍ମୃତି ଚାରଣ କଲା କଂଗ୍ରେସ

By

Published : Nov 19, 2020, 10:35 AM IST

ଭୁବନେଶ୍ବର: କଂଗ୍ରେସ ନେତ୍ରୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି 103 ତମ ଜୟନ୍ତୀ । ତାଙ୍କ ପ୍ରଧାନମନ୍ତ୍ରୀତ୍ତ୍ବ କାଳରେ ଦେଶ ଅନେକ ଉନ୍ନତି ସାଧନ କରିବା ସହ ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା । ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

ଇନ୍ଦିରାଗାନ୍ଧୀଙ୍କ 103 ତମ ଜୟନ୍ତୀ, ସ୍ମୃତିଚାରଣ କଲା କଂଗ୍ରେସ

ଆଜି ତାଙ୍କର ପୁଣ୍ୟ ଜୟନ୍ତୀ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

ଏଥିରେ ରାଜ୍ୟ କଂଗ୍ରେସର ସଭାପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦମାନେ ସାମିଲ ହୋଇ ତାଙ୍କର ଅମ୍ଳାନ ସ୍ମୃତିଚାରଣ କରିଥିଲେ । ସମ୍ପ୍ରତି ଦେଶର ଶାସକ ଗୋଷ୍ଠୀ ଭିନ୍ନ ଦିଗରେ ଦେଶକୁ ନେବାକୁ ପ୍ରୟାସ କରୁଥିବା କଂଗ୍ରେସ ସଭାପତି କହିବା ସହ ଏଥିପାଇଁ ସମସ୍ତେ ଏକଜୁଟ ହୋଇ ଦେଶର ଅଖଣ୍ଡତା ବଜାୟ ରଖିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details