ଓଡିଶା

odisha

ETV Bharat / city

ରଗବିରେ ଐତିହାସିକ ବିଜୟ ପରେ ଓଡିଶା ଫେରିଲେ ଖେଳାଳି

ଏସିଆନ ରଗବି ମହିଳା ଚାମ୍ପିୟନସିପରେ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ରଗବି ଟିମ । ବିଜୟ ପରେ ଏବେ ଓଡିଶା ଫେରିଛନ୍ତି ଭାରତୀୟ ଦଳର 7 ଓଡିଆ ଖେଳାଳି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

By

Published : Jun 25, 2019, 6:41 PM IST

ଭୁବନେଶ୍ବର: ଏସିୟାନ ରଗବି ମହିଳା ଚାମ୍ପିୟନସିପ ଡିଭିଜନ1 ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଐତିହାସିକ ବିଜୟ ହୋଇଛି । ତୃତୀୟ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚରେ ଭାରତୀୟ ଦଳ 21-19 ରେ ସିଙ୍ଗାପୁରକୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତୀୟ ମହିଳା ଦଳକୁ ପ୍ରଥମ କରି ରଗବିରେ ପଦକ ହାସଲ କରିବାର ଗୌରବ ପ୍ରାପ୍ତ ହୋଇଛି । ତେବେ ବିଜୟ ପରେ ଘର ବାହୁଡିଛନ୍ତି ଓଡିଶାରୁ ଦେଶ ପାଇଁ ପ୍ରତିନିଧିତ୍ୱ କରୁଥିବା ଖେଳାଳି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@asiarugby

ଏହି ଟୁର୍ଣ୍ଣାମେଣ୍ଟରେ 7 ଜଣ ଓଡ଼ିଆ ଝିଅ ଥିବା ବେଳେ 5 ଜଣ ଆଦିବାସୀ ଝିଅ ଭାଗ ନେଇଥିଲେ। ଏହି ପାଞ୍ଚ ଜଣ ଝିଅ ହେଲେ କିସର ହୁପି ମାଝୀ, ରଜନୀ ଶବର, ମିରାରାଣୀ ହେମ୍ବ୍ରମ, ପର୍ବତୀ କିସକୁ, ସୁମିତ୍ରା ନାୟକ। ସୋମବାର ସେମାନେ ଓଡିଶା ଫେରିଥିବା ବେଳେ ଆଜି କିସ(କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସ) ପରିସର ଭିତରେ ଏକ ଉତ୍ସାହର ବାତାବରଣ ଦେଖା ଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@asiarugby
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@asiarugby
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@sports_odisha

ସୂଚନା ଯୋଗ୍ୟ ଯେ ଗତ ଜୁନ 22 ତାରିଖରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ସିଙ୍ଗାପୁରକୁ 21-19 ପଏଣ୍ଟରେ ପରାଜିତ କରିଥିଲା ଭାରତୀୟ ମହିଳା ଟିମ । ଏହି ବିଜୟ ସହ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇଥିଲା ଟିମ । ଭାରତର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓଡିଆ ଝିଅ ସୁମିତ୍ରା ନାଏକ । ସୂଚନା ଯୋଗ୍ୟ ଯେ ଏହି ଟିମ ମାତ୍ର ଏକ ବର୍ଷ ତଳେ ଗଢ଼ା ହୋଇଥିଲା । ବିଜୟ ପରେ ଭାରତୀୟ ମହିଳା ରଗବି ଦଳ ପାଖକୁ ଛୁଟିଥିଲା ଶୁଭେଚ୍ଛାର ଶୁଅ । ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ତାଙ୍କୁ ଜଣାଇଥିଲେ ଶୁଭେଚ୍ଛା । ଏହାସହ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ମହିଳାଙ୍କ ଏହି ବିଜୟରେ ସମସ୍ତେ ଗର୍ବିତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@asiarugby
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@TandonRaveena

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details