ଓଡିଶା

odisha

ETV Bharat / city

ଶନିବାର ଠୁ ଓଡ଼ିଆ ଭାଷାରେ ଟ୍ରେନ ଟିକେଟ୍ - ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଥର ଓଡ଼ିଆ ଭାଷାରେ ମିଳିବ ଟ୍ରେନ ଟିକେଟ୍ । ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ଥିବା ରେଳ ଟିକେଟ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । ଯାତ୍ରୀ ଟ୍ରେନ୍ ଯାତ୍ରୀ କରିବା ସ୍ଥାନରୁ ଓହ୍ଲାଇବା ଷ୍ଟେସନର ନାମ ଟିକେଟରେ ଓଡ଼ିଆ ଭାଷାରେ ଲେଖାଥିବ । ଶନିବାର ଠୁ ମିଳିବ ଏହି ସୁବିଧା ।

ଫାଇଲ ଫଟୋ

By

Published : Aug 23, 2019, 10:20 PM IST

ଭୁବନେଶ୍ବର: ଓଡ଼ିଶାରେ ଓଡ଼ିଆରେ ମିଳିବ ଟ୍ରେନ ଟିକେଟ୍ । ପ୍ରଥମକରି ଓଡ଼ିଆ ଟିକେଟ ନେଇ ଯାତ୍ରୀ କରିବେ ରେଳଯାତ୍ରା । ରାଜ୍ୟରେ ରେଳ ସେବା ଆରମ୍ଭ ହେବାର 120 ବର୍ଷ ପରେ ଓଡିଆ ଭାଷାରେ ଲେଖାଥିବା ଟିକେଟ ପାଇବେ ଯାତ୍ରୀ । ରେଳ ବିଭାଗର ଏଭଳି ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ବେଶ ଉତ୍ସାହ ଦେଖାଯାଇଛି । ଶନିବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ଛପା ଟିକେଟକୁ ଉଦଘାଟନ୍ କରିବେ ।

ଓଡ଼ିଶାରେ ଥିବା ୩୧୭ଟି ରେଳ ଷ୍ଟେସନ୍ ମଧ୍ୟରୁ ପୂର୍ବତଟ ରେଳପଥ ସମେତ ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଜୋନ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ରେଳ ଟିକଟ ଉପଲବ୍ଧ ହେବ। ପୂର୍ବରୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଟିକେଟ ମିଳୁଥିବା ବେଳେ ଏବେ ଓଡ଼ିଆ ମଧ୍ୟ ସାମିଲ ହେବ ।

ଚଳିତବର୍ଷ ଉତ୍କଳ ଦିବସରେ ଏହି ଘୋଷଣା କରାଯାଇଥିଲା । କିନ୍ତୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ଫଳରେ ଏହା ସ୍ଥଗିତ ରହିଥିଲା । ଆସନ୍ତାକାଲି ଅର୍ଥାତ୍ ଶନିବାର ଏହି ସୁବିଧା ପୁନର୍ବାର ମିଳିବାକୁ ଥିବା ବେଳେ ଏହାକୁ ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ

ABOUT THE AUTHOR

...view details